ବୋତଲ ଉବାଚ
ବୋତଲ ଉବାଚ
ମଦ ବୋତଲ ଟି , ହସି ଖିଲି ଖିଲି
କହୁ ଅଛି କେତେ କଥା
ଆହାକି ସୁଆଦ ଲାଗେ ମାଲ ପାଣି
ପିଇ ଦେଲେ , ଦୂର ଚିନ୍ତା ।
ମାତ।ଲ ମାନଙ୍କ ପାଇଁ ସେହି ହିଁ ତ
ସାଧୁ ଥାଏ ନିତି ହିତ
ତାହାରି ହେତୁ ରୁ ମତାଲିଆ ମାନେ
ନିତି ହୋନ୍ତି ଉପକୃତ ।
ବହୁ ପରିମାଣ ଭିଟ।ମିନ ଦ୍ରବ୍ୟ
ତହିଁ ଅଛି ଭରପୁର
ପାଟିକୁ ସୁଆଦ ଦେହ ପାଇଁ ହିତ
ଅର୍ଥେ ହୁଏ ବ୍ୟବହାର ।
ପିଇ ଦେଲେ ଟିକେ , ଚିନ୍ତା ଦୂର ହୁଏ
ଲାଗଇ ଫୁର୍ତ୍ତି ଆରାମ
ଉନ୍ମାଦନା ଭରା ଅନନ୍ୟ ସୁରଭି
ଗନ୍ଧେ ବିମୋହିତ ମନ ।
ଚେତନା ରେ ଦିଏ ଦିବ୍ୟତା ସ୍ପନ୍ଦନ
ପୁଲକ ପ୍ଲାବନ ଆଣେ
ପୃଥିବୀରେ ଶ୍ରେଷ୍ଠ ଦ୍ରବ୍ୟ ଯଦି କିଛି
ଅଛି , ମଦ ବୋଲି ଜାଣେ ।
ମାଉଁସ ସହିତ ଖିଆ ଯାଇଥାଏ
ଦେଶୀ ବା ହେଉ ବିଦେଶୀ
ପିଇ ଦେଲେ ଟିକେ ମନ ଉଡେ ସୁଖେ
ପ୍ରାଣେ ଲାଗେ କେତେ ଖୁସି ।
ମୁଁ ମଦ ବୋତଲ କର ମୋତେ ଗେଲ
ତମ ସେବା କରୁ ଥିବି
ଦେହ ବଥା ରୋଗ ବ୍ୟାଧି ର ଆରୋଗ୍ୟ
କରି ଦିବ୍ୟ ଶାନ୍ତି ଦେବି ।

