ଲାଜ ଲାଗୁଛି ମୋତେ
ଲାଜ ଲାଗୁଛି ମୋତେ
ଲାଜ ଲାଗୁଛି ଲୋ ଦେଖି ଦେଖି ଚକିତ ଲୋ
ନିଆଁ ଗୀଳା ସମାଜ ରେ ସାମାଜିକ ଲୀଳା ଲୋ !
ନାଣ୍ଢୀଆ ଗନ୍ଧିଆ ବଟଆ ହଟିଆ ଆଜି
ସବୁ ସୁବିଧାକୁ ହାତେଇ ନେଲେଣି ପାଜି ।
ଅଗା, ବଗା, ଖଗା, ଜଗା ଓ ଜଟିଆ ବାବା
ଜଗି, ଜାଗି, ଛକି, ଛକି, ଜନେ କଲେ କାବା ଲୋ
ପାଜି ମାନେ କରି ନିତି ବହୁ ଧପା ବାଜି
ଫାଜିଲି ଚଲାକି କରି କାଟିଲେଣି ଟେରି ଲୋ ।
ଚୁମୁକି, ଚୁରୁକି ଚୁଇଁ, ଓ ଚିଲୀମ ବାଈ
ଠକି ଭଣ୍ଡି ଧନ ମାନ ନେଉଛନ୍ତି ବୋହି ଲୋ ।
କାଜି ମାନେ ଗାଜି ଗାଜୀ ପଡିଲେଣି ଥକି
ଖାକି ମାମୁଁ ମାଉଁ ମାଉଁ ଆଜି ବୋବାଉଛି ।
ଭକତ ସକଳେ ଏବେ ଛାଡନ୍ତି ବୋବାଳି
ଛୁଆ ପିଲା ବୁଢ଼ା ଯୁବା ହସ ଖିଲି ଖିଲି ।
ମାତାଲିଆଙ୍କ ମଉଜ କହିଲେ ନ ସରେ
ମାଲ ପାଣି ପିଇ ପିଇ ବେଶିଆ ବିହାରରେ ।
ବିହରି ହରନ୍ତି ଦିବା ନିଶି ହରଷରେ
ହରି ବୋଲ ହରି ବୋଲ କାଳିଶି ଉଚ୍ଚାରେ ।
କଟାସିଆ ଚାହାଣିରେ ଚାହାନ୍ତି ସଭିଏଁ
କିଟି କିତି କାଇ ଜନ୍ଦା କମିଲେ ଯେମନ୍ତେ ।
କୁଲୁ କୁଲୁ ଲାଗେ ସେହି ପରାଏ ସବୁରି
କଡ୍କଡ଼ିଆ ବାକ୍ୟ ବାଣ ଆସଇ ବାହାରି ।
ବାବା ଲୋ ଗଞ୍ଜଡ଼ା ନନ୍ଦ ଚେଲା ଲୋ ଚିଲୀମା
ଚାଖୁଛନ୍ତି ଦେଖି ଦେଖି ଚିଳିମ ଚୁଚୁମା ।
ଦେଖି ଦେଖି ଜଗତର ଜାଗତିକ ଲୀଳା
ଖଣ୍ଟ ସଠ ମାନେ ଦ୍ୟନ୍ତି ସାଧୁ ଜନେ କିଳା ।
ଆଯାଗା ଘାଆ ଯେ ପାଚି ପୂଜ ପଚ ପାଚ
ପର ଧନ ହରି ନେଲେ କହି ମିଛ ଖଚ ।
ସାହିତ୍ୟ ନାମରେ ଅପସାହିତ୍ୟ ବଢୁଛି
ମାନ ପତ୍ର ପୁରସ୍କାର ବାଇଆ କରିଛି ।

