STORYMIRROR

Satyanarayan Sahoo

Comedy Tragedy

3  

Satyanarayan Sahoo

Comedy Tragedy

ଡାହାଣ ବଳଦ ପାହାର ଖାଏ

ଡାହାଣ ବଳଦ ପାହାର ଖାଏ

1 min
274

ଦେଖ ଲୋ ଦେଖ ଲୋ ଦୁନିଆଁର

ନୀତି ଶଗଡ଼ ଗାଡ଼ି ପରାଏ 

କେଁ କେଁ କଟ କଟ କଟର କଟର

ରଡି କରି ଗଡି ଯାଏ ।


ଦୁଇ ପଟେ ରହି ଦୁଇଟି ବଳଦ

ଗାଡି ଟାଣି ଟାଣି ନିଏ

କିନ୍ତୁ ଯିଏ ବେଶି ଶ୍ରମ କରୁ ଥାଏ

ସେହି ହିଁ ପାହାର ଖାଏ


ଧୀରେ ଧୀରେ ଚାଲେ ଜୀବନ ଶଗଡ଼

ଗଡି ସଂସାର ରାସ୍ତାରେ

ଗାଡ଼ିରେ ବସି କି ଥାଏ ଶଗଡ଼ିଆ 

ଗୀତ ଗାଇ ଗାଇ ଚାଲେ ।


ହୋଅ ବେ ହୋ ଅ ବେ ରଡି କରି କରି

ଛ।ଟ ଧରି ପିଟୁ ଥାଏ 

ନିତି ନିତି ଖାନ୍ତି ବଳଦ ପାହାର

କଷି ଦିଏ ସେ ଛାଟରେ ।


ଅଙ୍କା ବଙ୍କା ପଥ ଅତିକ୍ରମ କରି 

 ଉଠାଣି ଗଡାଣି ଧାଏଁ

 କୋପରେ ପ୍ରହାର ଦିଏ ନିରନ୍ତର

ଡାହାଣ ବଳଦ ପରେ ।


 ଜୀବନେ ସେପରି ସଚ୍ଚୋଟତା ଧରି

ଲଭନ୍ତି ପ୍ରାଣୀ ଏ କ୍ଳେଶ

ଯିଏ ଯେତେ ବେଶୀ କରେ ବେଇମାନି

ଲଭଇ ଆଦର ଯଶ ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy