ଚେଲା ଚିଲିମାନନ୍ଦ
ଚେଲା ଚିଲିମାନନ୍ଦ


ଚୁରୁକୀ ବାବାଙ୍କ ଚେଲା ଜାଣ ଜଣେ ଥିଲା
ଚିଲିମାନନ୍ଦ ସେ ବାବାଙ୍କର ଭାରି ଗେହ୍ଲା ।
ବାବା ଯା କହନ୍ତି ସେହି ଶୁଣଇ ଆଦରେ
ବାବା ଆଜ୍ଞା କେବେ ବି ସେ ଅବଜ୍ଞା ନ କରେ ।
ଅତି ଖୁସି ଥିଲେ ବାବା ଜାଣ ତାହା ଠାରେ
ଗେହ୍ଲ ସ୍ନେହ ଶ୍ରଦ୍ଧା ପ୍ରେମ ଢାଳନ୍ତି ଆଦରେ ।
ଆପଣା ଚିଲିମଟାକୁ ତା' ହାତେ ଧରାଇ
ଚିଲିମା ଚିଲିମା ବୋଲି ତାହାକୁ ଡାକନ୍ତି ।
ସେ ଚେଲା ଚିଲିମାନନ୍ଦ ନାମେ ସୁପ୍ରସିଦ୍ଧ
ସାଧୁବାବା ସାଥେ ମାରେ ଗଞ୍ଜାଇ ଓ
ମଦ ।
ଭାରି ଚାଲାକ ପିଲା ସେ ଥିଲା ଜଣା ଶୁଣା
ଅତି ନୀରିହ ମାଛିକୁ ମ ' କେବେ କହେନା ।
ଚିକିତ୍ସା କରନ୍ତି ବାବା ଯେଉଁଠି ଯେଉଁଠି
ଡାକତର ପରି ସିଏ ବାବାଙ୍କର ସାଥୀ ।
ହୋଇ ରୋଗ ବାଗ ଉଣ୍ଡି କରାନ୍ତି ଆରୋଗ୍ୟ
ବାବାଙ୍କ ମନ୍ତୁରା ପାଣି ଔଷଧ ତାବିଜ ।
ଅତି ଶୀଘ୍ର କରି ଦିଏ ରୋଗ ଉପଶମ
ବାବା ଚିକିତ୍ସାରେ ରୋଗୀ ଲଭନ୍ତି ଆରାମ ।
ହସି ହସି ରୋଗୀଙ୍କୁ ସେ କରି ଥାନ୍ତି ଖୁସି
ଚିଲିମା କାନରେ ଥାଏ ଚିଲିମଟି ଖୋସି ।