STORYMIRROR

Satyanarayan Sahoo

Comedy Romance Tragedy

3  

Satyanarayan Sahoo

Comedy Romance Tragedy

ଗଞ୍ଜେଇ

ଗଞ୍ଜେଇ

1 min
116


ଗଞ୍ଜେଇ ଦେଖିଲେ ବାବା ଖୁସି ହୋଇ ଯାନ୍ତି

ଗାଞ୍ଜିଆ ରୁ ଟଙ୍କା ଆଉ ପଇସା କଢନ୍ତି ।


ଚିଲୀମ ନଳା ରେ ଦଳା ଦଳି କରି ଭରି

ପାଟି ରେ କାମୁଡ଼ି ନିଆଁ ଦିଅନ୍ତି ଲଗାଇ ।


ଚାରି ପଟେ ବେଢ଼ି ବସି ଯାନ୍ତି ଚେଲା ମାନେ

ଜଣେ ପରେ ଜଣେ ଚେଲା ଚିଲିମ ଟି ଟାଣେ ।


ଚିଇଁ ଚିଇଁ ଚିଆଁ ଚିଆଁ ସେଏଁ ସେଇଁ ଚାଇଁ

ଏହି ପରି ଭାବେ ତହିଁ ନାଦ ନିକିଳାଇ ।


ଚାଲଇ ଗଞ୍ଜେଇ ସେବା ବାବା ଚେଲା ଧରି

ପାଟି , ନାକ ବାଟୁ ଧୂଆଁ ବାହାରି ଆସଇ ।


କେତେ ମଜା ଲାଗେ ଭିଡ଼ି ଆଣିଲେ ଗଞ୍ଜେଇ

ଏକା ଥରେ ମନ ଚିତ୍ତ ଦିଅଇ ରଞ୍ଜାଇ ।


ନିଶା ରେ ମାତାଲ ହୋଇ ସୁନେଲୀ ସପନ

ବାବା , ମାତା , ଚେଲା , କରୁ ଥାନ୍ତି ଦରଶନ । 


ପରମ ସୁଖ ଆମୋଦେ ବିତାନ୍ତି ସମୟ

ପର କାଳ , ଯମ ଦଣ୍ଡ  , ରହେ ନାହିଁ ଭୟ ।




இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Comedy