STORYMIRROR

Abismita Mishra

Comedy Inspirational

3  

Abismita Mishra

Comedy Inspirational

ମାମୁନିର ହୋଲି

ମାମୁନିର ହୋଲି

1 min
220

ସମସ୍ତେ ଖେଳୁଛନ୍ତି ହୋଲି 

 ମୁଁ କିନ୍ତୁ ବସିଛି ଖାଲି …

ମୋ ପାଖରେ ନା ଅଛି ନାଲି ନେଳି ରଙ୍ଗ 

ହୋଲି ଖେଳିବାକୁ ନା କେହି ଅଛି ଜଣେ ସାଙ୍ଗ ..

ସାଙ୍ଗ ମାନେ ମଜା କରି କରି ଖୁସିରେ ଯାଆନ୍ତି ଗଡି 

ମୁଁ କିନ୍ତୁ ଛାତ ଉପରେ ଟାଣ ଖରାରେ ଜଗିଛି ବଡି 

ଯଦି କେହି ଡାକୁଛି ମାମୁନି ଆସେ ଖେଳିବା ହୋଲି 

ମନ ରେ ଆସୁଛି ଭୟ ଆଗକୁ ପରୀକ୍ଷା ଅଛି 

ପାଠ ନ ପଢିଲେ ହେବ ଭୟଙ୍କର ଗାଳି..

 ସବୁ ପର୍ବ ରେ କାହଁକି ପଡେ 

 ପରୀକ୍ଷା ଏତେ ଜାଣି ପାରେନି ..

ଦଶହରା ହେଉ କି ହେଉ ଦୀପାବଳି ..

 ରଜ ହେଉକି ହେଉ ପୁଣି ହୋଲି ..

ସାଙ୍ଗ ମୋର ଫୋନ କରି କୁହେ ମାମୁନି ପରୀକ୍ଷାର 

ନୋଟିଫିକେସନ ଆସିଛି ତୁ ଦେଖିଲୁଣି ..

ଚାକିରି ପାଇଁ ସବୁ ପର୍ବ ତ୍ୟାଗ କରୁଛି 

ଗୋଟେ ଦୁଇ ମାର୍କ ପାଇଁ କଟି ଯାଉଛି ..

ଏ ବର୍ଷ ନ ହେଲା ନାହିଁ ଆର ବର୍ଷକୁ 

ଖେଳିବି ହୋଲି ..

ନିଜ ଚିତ୍ର ଖାତା କଲର ଦେଖି 

ସବୁ କଷ୍ଟକୁ ଯାଉଛି ଭୁଲି..

ଚାକିରି ଯୋଉ ଦିନ କରିବି ଖେଳିବି ପ୍ରବଳ ହୋଲି ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy