ବୋହୂ ଖୋଜା
ବୋହୂ ଖୋଜା


ବାହା ବେଳ ମୋର ଗଡି ଗଡି ଯାଏ
କେହି ପାରୁନାହିଁ ବୁଝି
ଝିଅ ମିଳୁନାହିଁ କହୁଛ ସଭିଏଁ
ଜାତକ ପାରୁନ ସୁଝି ||
ବାପା ଖୋଜୁଛନ୍ତି ବେଶୀ ଯୌତୁକ
ଯାହା ବାପା ଦେଉଥିବ
ତାକୁ ବୋହୁ କରି ଆଣିବି ଘରକୁ
କଳା ପଛେ ହୋଇଥିବ ||
ମାଆ ମୋ କହୁଛି ବୋହୂ ଟି ମୋହର
ସୁନାନାକି ନ ହେଲା ନାହିଁ
ରାତି ହେଲେ ଟିକେ ସେବା କରୁଥିବ
ମନକୁ ମୋହର ଚାହିଁ ||
ଭାଇ ଭାଉଜ ଙ୍କ ମନକୁ ପାଉନି
ଖୋଜି ଖୋଜି ହେଲେ ବ୍ୟସ୍ତ
କହିଲେ ନିଜେ ତୁ ଝିଅ ଖୋଜି ନେ
ହେଲି ମୁଁ ସେ
ଥିରେ ଅଭ୍ୟସ୍ତ ||
କାଳୀ ଗୋରୀ ଝିଅ କେତେ ମୁଁ ଦେଖିଲି
ମନକୁ ପାଇଲା ନାହିଁ
ପୂର୍ବରୁ ପଶ୍ଚିମ ଉତ୍ତରୁ ଦକ୍ଷିଣ
ସବୁଠି ବୁଲିଲି ମୁହିଁ ||
ଝିଅ ଖୋଜି ଖୋଜି ପଡିଲିଣି ଥକି
ମୋ ମନ ବୁଝୁଛି କିଏ
ସମସ୍ତଙ୍କର ତ ବୋହୂ ଦରକାର
ମତେ ପଚାରୁଛି କିଏ ||
ଆସୁ କି ନ ଆସୁ ମୋ ଘରକୁ ସିଏ
କିଛି ଯାଏ ଆସେ ନାହିଁ
ଅବାଡୁଆ ହୋଇ ରହିବି ଜୀବନେ
ସଫା ମୁଁ ଦେଉଛି କହି ||
ବିବାହ ଜୀବନ ନାହିଁ ଦରକାର
ଏକାକୀ ରହିବି ମୁହିଁ
ସପନ ରେ କେବେ ଏହି କଥା ଟିକୁ
ମନରେ ଭାବିବି ନାହିଁ ||