ରସୁଆଳ କମଳା
ରସୁଆଳ କମଳା
ଇସ୍ ! କି ଲୋଭିଲା ନାରଙ୍ଗୀ କମଳା ,
ତୁରନ୍ତ କରି ତୋତେ ଫୁଙ୍ଗୁଳା ,
ତୃପ୍ତ ମନେ ଖାଏ କୋଲାକୁ କୋଲା ।
ଫଳ ତୁ ତ ସବୁ ଋତୁର ,ଲାଗୁ ଭାରି ନିଜର ,
କେତେ ଖାଦ୍ୟରେ ପୁଣି ବେଷ୍ଟ ଫ୍ଲେବର ।
ସେକାଳେ ବଜାରେ ମିଳୁ ତୁ ବଡ ମହରଗେ ।
ଅସୁସ୍ଥତା ବେଳେ ମା' ଖୁଆନ୍ତି ଭାରି ସରାଗେ ।
ତୋ ପାଇଁ ଲାଗେ କୋଲ୍ଡ ଡ୍ରିଂକ୍ସ ସୁଆଦ,
ବାପାଙ୍କୁ କରୁ ଅରେ ଞ ଚକଲେଟ୍ ବରାଦ।
ଭାଇ ତୋ ଖଟାରସ ,ଲଙ୍କାଲୁଣେ ଫୁଟାଇ ଟାକରା ,
ଖରାବେଳେ ଲୁଚି ଖାଇବା ମଜାଟା ନିଆରା ।
ଖାଆନ୍ତି କ୍ରିମ ବିସ୍କୁଟ, ଲଲିପପ୍ ବଳାଇ ମନ,
ବାଳକାଳ ଟିକେ ଫେରାନ୍ତେନି କି ଭଗବାନ !
କେତେ ଯେ ସୁଆଦ ତୋ ଠାରେ ଭରିଛି ବିହି ,
ବିନା ତୋ ହେବ ଯେ କଅଣ ପାରୁନି କହି ।
କେଜାଏ ଗୁଣ ବହିଛୁ ଲାଗେ ଅଚରଜ !
ପିଇଲେ ତୋ ରସ ପ୍ରତ୍ଯହ ,ମୁଖ ଦିଶେ ସତେଜ ।
ଖେଳାଳିଙ୍କର ତୁ ଅଟୁ ତ ଅତି ଜରୁରୀ ,
ତୋ ଲାଗି ଖେଳୁଆଡପଣ ଆସେ ଉଭୁରି ।
ଆହେ ଆମ ପ୍ରିୟ କମଳା ,
ରଙ୍ଗଟି ତୁମ କେଡେ ଉଜ୍ଜଳା !
କିଛି କମ୍ କାମର ନୁହେଁ ଚୋପାଟି ତମ ,
ବାଟି ଲେପିଲେ ହୁଏ ତୋଫାଟି ଚମ ।
ଉତ୍ପାଦିତ ହୋଇ ଶୀତଳ ପ୍ରଦେଶେ ,
ରପ୍ତାନି ହୁଅ ଯେ ଦେଶ ବିଦେଶେ ।
ଖରାଦିନେ ହେଲେ ଅରେଞ୍ ସ୍କୁଆସ ଗିଲାସେ ,
ତନ ମନ ଆମ କେଡେ ଉଲ୍ଲାସେ ଭାଷେ ।
