STORYMIRROR

Sumitra mishra

Tragedy

4  

Sumitra mishra

Tragedy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
566


ଲାଲ୍ ଟକମକ ଆଖି ଦୁଇଟି ମୋ 

  ଶରୀରଟା ସାରା ରକ୍ତମୟ,

ପ୍ରତିଶୋଧ ବହ୍ନି ଜଳେ ହୁତୁହୁତୁ

   ଛୁଏଁ ନାହିଁ ମାଟି ମୋର ପାଦ ।।


ଧୋବଫରଫର ଅଙ୍ଗ ବସ୍ତ୍ର ମୋର

   ସବୁ ରଙ୍ଗଯାକ ଗଲା ଧୋଇ,

ଦୁଃଖ ଯନ୍ତ୍ରଣାରେ ହୃଦୟ ଟି ଭରା

  ସୁଖ ଯାଇଛି ମୋ ବାଟ ଭୁଲି ।।


ଯାତ୍ରୀବାହୀ ଯାନ ବିଳମ୍ବ ହୋଇଲା

  ସାଥିରେ ନ ଥିଲେ ମୋର କେହି,

ସାହାଯ୍ୟ ବାହାନେ ଅଜଣା ବ୍ୟକ୍ତିଟି

  ବିଶ୍ଵାସରେ ବିଷ ଦେଲା ଭରି ।।


ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ 

  ମଦ୍ୟପାନ କରି କିଛି ଲୋକ,

ଜଣେ ପରେଜଣେ ଝୁଣିଗଲେ ମତେ

 ସତେକି ମୁଁ ଗୋଟେ ମଲା ଶବ ।।


ହାତ ପାଦ ଧରି ନେହୁରା ହୋଇଲି

  ଝରାଇଲି ଲୁହ ଧାରଧାର,

ନୃଶଂସ ପିଶାଚ ହୃଦୟହୀନ ଯେ

  ବୁଝିଲେନି ଟିକେ ଦୁଃଖ ମୋର ।।


କାମନାର ଅଗ୍ନି ମେଣ୍ଟିଗଲା ପରେ

  ଗଳାଚିପି କଲେ ମତେ ହତ୍ୟା,

ବସଷ୍ଟାଣ୍ଡ ପଛର ଅଳିଆ ଗଦାରେ

  ଲୁଚିଗଲା ମୋର ସତ୍ୟାସତ୍ୟ ।।


ନିର୍ଭୟା ବେବିନା କୁନ୍ଦୁଲି ପ୍ରିୟଙ୍କା

  କଥାକୁ ଜାଣିଲା ଏ ଜଗତ,

ମୋପରିଏମିତି କେତେଯେଦୁଃଖିନୀ

  ‌ ଶରୀରକୁ ଖାଇଯାଏ ଖତ ।।


ମୁଁ ବି ତ ଅଟେ ଝିଅ ଭଉଣୀଟେ  

  ତୁମ ଝିଅ ଭଳି କାହା ଝିଅ,

କେବେ ଶେଷହେବ ରୁଗଣମାନସିକ

  ମିଳିବ ଆମକୁ ସତେ ନ୍ୟାୟ ।।


ଘୂରିବୁଲେ ମୋର ଅତୃପ୍ତ ଆତ୍ମାଟା

  କେବେ କାନ୍ଦି ପୁଣି କେବେ ହସି,

ମିଳିଗଲେ ମୋତେ ରାକ୍ଷସ ପଲକ 

 ଗୋଟାପଣେ ଦେବି ରକ୍ତ ଶୋଷି ।।




Rate this content
Log in

Similar oriya poem from Tragedy