STORYMIRROR

Kalandi pal

Inspirational

3  

Kalandi pal

Inspirational

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
336

ଅତୃପ୍ତ ଆତ୍ମାଟିଏ ମୁଁ

ଘୁରି ବୁଲୁଛି ଏଣେ ତେଣେ

ଖୋଜୁଛି ତାର ତାଜା ରକ୍ତର ସୁଆଦ

ଘୁରୁଛି ଘୁରିବୁଲୁଥିବି

ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ନ ହୋଇଛି

ମୋ ମନର ବିଷାଦ ll


ହେଉ ସେ ବେବିନା

ଅବା ହେଉ ସେ ପରି......

କି ଅପରାଧ କରିଥିଲେ ରେ

ନାରୀ ମାଂସ ଲୋଭି ଭ୍ରଷ୍ଟାଚାରି

ଶତ ଶତ ଦୃଷ୍ଟାନ୍ତ ଆଜି

ମଣ୍ଡନ କରେ ସମ୍ବାଦର ଶୀର୍ଷରେ

ଶତ ଶତ ଅବଳା ବଳି ପଡନ୍ତି

ଆଜି ତୁମ ମରଣ ଫାନ୍ଦରେ

କ୍ଷତାକ୍ତ ରକ୍ତାକ୍ତ କରି ଝୁଣିଯାଅ

ପ୍ରାଣ ନେଇ କଂସେଇ ଭଳି ll


ଗଢି ପାରିବନି ଯାହାକୁ 

ନିଜ ହାତରେ ନାହିଁ ଶକତି

ହତ୍ୟା କରିବାକୁ କିଏ ଦିଏ ଅଧିକାର

ଆଇନ ଦେଉ ଯେତେ ଦଣ୍ଡ

ସେ ନୁହେଁ ତୁମ ପାଇଁ ଯଥେଷ୍ଟ

ଚାହିଁ ବସିଛନ୍ତି ଶତ ଶତ ଅତୃପ୍ତ ଆତ୍ମା

ଦିନେ ତାଙ୍କ ସମୀପେ ତୋର ହେବ ଭେଟ

ବୁଝିବ ତାର ପରାଭବ ନ ହୁଅ ଅସ୍ଥିର ll


ତୁମ ଭଳି ଆତ୍ମାଟିଏ 

ତୁମ ଭଳି ତାର ମଧ୍ୟ ଥିଲା

ଅନେକ ଆଶା ଅନେକ ସ୍ୱପ୍ନ

କ୍ଷଣିକ ସୁଖ ପାଇଁ

ତାକୁ ଦେଲ ଯେତେ କଷ୍ଟ

ଶେଷେ ନେଇଗଲ ଜୀବନ

ଧର୍ମର ଦ୍ୱାର କେବେ

ତୁମପାଇଁ ନୁହଇ ଉନ୍ମୁକ୍ତ

ଶୁଭେ ଅତୃପ୍ତ ଆତ୍ମାର କ୍ରନ୍ଦନ ll


ବିଳପି ଉଠନ୍ତି ଆଜି

ଶତ ଶତ ଅତୃପ୍ତ ଆତ୍ମା

ନେବାପାଇଁ ଅପକର୍ମର ପ୍ରତିଶୋଧ

ଧର୍ମର ଶୀର୍ଷରେ ଥାଇ

କରିଛନ୍ତି ତୁମମାନଙ୍କୁ ଅପେକ୍ଷା

ନାହିଁ ସେଠି ଆଇନକାନୁନର ହାତ

ଗୁଞ୍ଜରି ଉଠୁଛି 

ପ୍ରତି ରାତ୍ରର ନିଶାର୍ଦ୍ଧରେ ସେହି

ଅତୃପ୍ତ ଆତ୍ମାମାନଙ୍କର ଆର୍ତ୍ତନାଦ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational