Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Mishra

Romance

3  

Basanta Mishra

Romance

ଅତର ବୋଳା ସେ ପତର ଭିତରେ

ଅତର ବୋଳା ସେ ପତର ଭିତରେ

1 min
205


     

ଅତର ବୋଳା ସେ ପତର ଭିତରେ

କେତେ ଯେ ଭରିଛ ତାତି

ଯେତେ ପଢୁଥିଲେ ସେତେ ଶୋଷ ବଢେ

ପଢିବା ହୁଏନି ଇତି।୦ା


ଆଗରୁ ତ କାହିଁ ଏମିତିକା ଚିଠି

କେବେ ବି ନ ଥିଲ ଲେଖି

ଏତେ କଥା ସବୁ କେମିତି ଲେଖିଲ

ସଜଳ କରୁଛି ଆଖି

ଅକ୍ଷରେ ଅକ୍ଷରେ ଅଜାଡି ଦେଇଛ

ମନ ତଳ ପ୍ରୀତି ଗୀତି।

ଅତର ବୋଳା ସେ ପତର ଭିତରେ

କେତେ ଯେ ଭରିଛ ତାତି।୧ା


ପାନ ପତରରେ ତୀର ମାରି ତୁମେ

ଚିଠି ଦେଇଅଛ ଲେଖି

ପହିଲି ଦେଖାରେ ତୁମ ପାଶେ ଏହି

ପରାଣ ଦେଇଛି ବିକି

ପୀୟୂଷ ପଖଳା ପଦିଏ କଥାରେ

କିଣିନେଲ ମୋର ମତି।

ଅତର ବୋଳା ସେ ପତର ଭିତରେ

କେତେ ଯେ ଭରିଛ ତାତି।୨ା


ତୁମେ ଆକାଶରେ ମୁହିଁ ଚିଲିକାରେ

ତଥାପି ବାନ୍ଧିଛି ଆଶା

ଏକ ହୋଇ ଦିନେ ଏ ଧରା ବୁକୁରେ

ଗଢିବା ଗୋଟିଏ ବସା

ତୁମ ପ୍ରେମ ନଈ ଗଭୀର ଜଳରେ

ପହଁରିବି ନିତି ନିତି।

ଅତର ବୋଳା ସେ ପତର ଭିତରେ

କେତେ ଯେ ଭରିଛ ତାତି।୩ା


  


Rate this content
Log in

Similar oriya poem from Romance