STORYMIRROR

Dharitri Das

Inspirational

3  

Dharitri Das

Inspirational

ଅତିରୁ ଇତି

ଅତିରୁ ଇତି

1 min
228


ବୈଚିତ୍ରମୟଟି ତୁମରି ସଂସାର

      ଜନଗଣେ ଅଗୋଚର

କେତେଯେ ଭଙ୍ଗିରେ ଲୀଳା କରୁଅଛ

     ଗଢି ଏକ ଖେଳଘର।

ମାୟାଧର ତୁମେ   କିଏବା ବୁଝିବ

    ତୁମ ମାୟା ଘୋରତର

ଲୋଭ ମୋହ ମଦ ଭରି ମଣିଷଠି

     ଭ୍ରମାଉ ସାରା ସଂସାର।

ଅତି ଗର୍ବେ ଲଙ୍କା ହତ କରିଥିଲ

     ଆହେ ପ୍ରଭୁ ଚକ୍ରଧର

ସୀତା ଦେବୀଙ୍କୁ କରିଲ ଉଦ୍ଧାର

     ନେଇ ରାମ ଅବତାର।

ଅତି ଦାନେ ବଳି ବଦ୍ଧି ଥିଲ ତୁମେ

     ବାମନ ଅଵତାରେଣ

ଅତି ମାନେ ନାଶି କଉରବ ବଂଶ

      ରଖିଲ ପାଣ୍ଡବ ଗଣ।

ଅତି ଲୋଭ କରି ଅର୍ଜିଥାନ୍ତି ପାପ

     ଜଗତରେ ନରାଧମ

ବୁଝିପାରନ୍ତିନି ମାୟାକୁ ତୋହର

     କରିଥାନ୍ତି ନିଚ୍ଚକର୍ମ।

ଅତି କ୍ରୋଧ କାରୀ ହିରଣ୍ୟ କଶ୍ୟପ

      ନଖମୁନେ ବିଦାରିତ

କରିଥିଲ ପ୍ରଭୁ     ଜଗତର ନାଥ

      ନରସିଂହ ରୂପେ ଖ୍ୟାତ।

ଅତି ଚିପୁଡ଼ିଲେ ଲେମ୍ବୁ ହୁଏ ପିତା

      ଏକଥା ଜାଣିଛି ଜଗତ

ସମସ୍ତ ଅତିରୁ ହୋଇଥାଏ ଇତି

      ମନେ ରଖିଥିବ ମିତ।

ଜ୍ଞାନ ଭକ୍ତି କର୍ମ ସବୁଠି ଅତିର

     ପରିଶେଷେ ହୁଏ ଇତି

ଶୁଭ ବୁଦ୍ଧି ଦିଅ ଆହେ ଶିରିପତି

     ଦୁରେଇ ଦିଅ ବିପତ୍ତି।

କରୋନା ରାକ୍ଷସ ଦାଉଟି ଅସହ୍ୟ

      ଅତି ନିରୀମମ ଜାଣ

ଏଅତିର ଇତି    ହେଉ ମହାପ୍ରଭୁ

      ଘେନ ମୋହର ଜଣାଣ।

ତୁମ ଦୟା ହେଲେ ଜଗତ ଉଦ୍ଧାର

       ହେବ କରୋନା ଦାଉରୁ

ଦୟାନିଧି ତୁମେ  ଦୟାର ସାଗର

        ଆହେ ପ୍ରଭୁ ଏହାମେରୁ।



Rate this content
Log in

Similar oriya poem from Inspirational