STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଅତୀତରେ ବେଳେବେଳେ

ଅତୀତରେ ବେଳେବେଳେ

1 min
335

କାନ୍ଥ ଉପରେ ଝୁଲୁଥିବା

ଫୋଟକୁ ଦେଖିଲେ

ଅତୀତରେ ହଜିଯାଏ ଜୀବନ

ଝଲସି ଉଠେ

ଅଜା ,ଆଇ ମୁଖ

ସ୍ନେହ ଶ୍ରଦ୍ଧା ଭରା ଥାପୁଡ଼େଇବା

ଆଉ ମୋ'ପିଲାଦିନ

ବେଳେ ବେଳେ ନିଜକୁ ପଚାରେ

ସତରେ କେତେ ବଦଳି ଗଲୁଣି

ଉତ୍ତରରେ ସମୟ ବଦଳିବା କଥା

ଆଖି ପାଣି ଆଖିରେ ଢଳ ଢଳ

ଜୀବନ ବଂଚି ବଂଚି ମରେ

ସ୍ମୃତିରେ

ଅତୀତର ଆଢୁଆଳ ବ୍ୟଥା

ବାପା ମାଆ ଆଜିବି ଗାଁରେ

ଭାଇ ଭଉଣି କଜିଆ

ମନେ ଚିତ୍ରିତ ହୁଏ ବାର ବାର

ସମୟ ବି ବଡ଼ ଚତୁର

ସଭିଙ୍କୁ କରିଦେଇ ଦୂର

ହାତେ ଦେଇଛି ଏକ ପରିବାର ବେନର

କାନ୍ଥକୁ ଦେଖି ପଚାରିଲି

ହେ ସମୟ

କହିଦେ ହସିବାର ମନ୍ତ୍ର

ଅନ୍ତରରୁ ଶୁଭୁଥିଲା

ପରିହାସ ,ଥଟ୍ଟା ଆଉ

କେହି ନୁହେଁ କାହାରରା ସୂତ୍ର

ଭାବିଲି ,

ଜନ୍ମ ବି ଏକା ମରଣ ବି ଏକା

ମଝିରେ କିଛି ସ୍ମୃତି

ତେବେ ଠିକ ଅଛି

ଭାବମୟଙ୍କ ଯଦି ଏହାହିଁ ଇଛା

ଚାଲିଯିବା ଆଉକିଛି ପଥ

ହୋଇ ଏକା ଏକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract