STORYMIRROR

Sandhya Rani Panigrahy

Romance Tragedy

3  

Sandhya Rani Panigrahy

Romance Tragedy

ଅତୀତର ସୃତିଟିଏ ଓ ସାଥିଟିଏ

ଅତୀତର ସୃତିଟିଏ ଓ ସାଥିଟିଏ

1 min
884


ଅତୀତ ତୋତେ ପାଇଲେ ପାଖରେ

ଜିଇଁବାକୁ ପୁଣିଥରେ ଇଚ୍ଛା ହୁଏରେ

ଏ ଅଦ୍ୟମ ଲାଳସା ପାଇଁ

ଅହରହ ଦୀପ ଜାଳେ ମୁହିଁ

ପୋଖତ ଗାୟିକା ନୁହେଁ ମୁଁ କେବେ

ତଥାପି ତୁମେ କହିଲେ ଗାଇବି ନିଶ୍ଚିତ ଏବେ

ତୁମର ମୁହଁଟା ସଫେଦ କାଗଜଟିଏ

ସବୁ ପଢିହୁଏ ଓ ଅବ୍ୟକ୍ତ ବି ବୁଝିହୁଏ

ତୁମେ କେମିତି କାହାକୁ ପଚାରିନି

ତୁମ ଓଠ ମୋ ବିନା ଜମା ହସେନି

ଥରେ ଅଧେ ପଚାରିଲେ ଚୁପ୍ ରୁହ

ଏମିତି ତୁମେ ହସି ହସି ପଚାରି କୁହ

ତୁମକୁ ମନେ ପକାଇ ମୁଁ ହସିଦିଏ

ତୁମ କଥା ବାରମ୍ବାର ମନେ ପକାଏ

ହସର ଅତୀତ ବର୍ତ୍ତମାନର ଲହରୀ ଖୁସିର

କେତେ ଆଉ ପଖାଳିବି କୁହ ପଥ ନୟନର

ମନ୍ଥନରୁ ଏ ଭୁଲିଯିବା ସନ୍ଧ୍ୟା ସମୟ ଲୁହର

ତୁମେ ଆଉ ଫେରନା ନେଇ ବେଦନା ଭାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance