"ଅତୀତ କି ଫେରେ"
"ଅତୀତ କି ଫେରେ"
ଝିଟିମିଟି ପିଲା ଖେଳ
ଭାରି ମନେ ପଡୁଛି
ସାଙ୍ଗ ସାଥେ ଛୋଟିପାରା
କେତେ ଧକ୍କା ଖାଇଛି
ଉଦିଉଦିଆ ଖରାବେଳେ
ପିତି ପିତି ବୁଲିଛି ।
ଅନ୍ୟ ବାଡ଼ିରେ ପଶି
କେତେ ଚୋରି କରିଛି
କମଳା ପିଜୁଳି କୋଳି
ଅଣ୍ଟିରେ ରଖି ଧାଇଁଛି
ପାଠ ପଢେନି ବୋଲି
ବୋଉ ର ବେତ ଖାଇଛି ।
ନାଚ ଗୀତ ଖେଳକୁଦ
ଭଲ ପାଉଥିଲି
ସବୁ ଦିଦି ଙ୍କର
ଅତି ପ୍ରିୟ ଥିଲି
ଅଝଟ ପଣିଆ ଟା
ଭରିଥାଏ ମନରେ
 
; ଖେଳିବାକୁ ଅନୁମତି
ମିଳୁ ତ ନଥିଲେ
କାଗଜ ରେ ଡଙ୍ଗା କରି
ମଜା କରୁଥିଲୁ
କୁଣ୍ଡରେ ପାଣି ରଖି
ଭଷାଉ ଥିଲୁ ।
ଚତା କାଟି କେତେ ଯେ
ଆମେ ଡେଉଁ ଥିଲୁ
ଛକି ଶୂନ ଗାର ଟାଣି
ମଜା ନଉଥିଲୁ ।
ମନେ ମନେ ଆଜି ମୁଁ
ବସି ଭାବୁଅଛି
ଫେରନ୍ତା କି ସେ ଦିନ
ଶିଶୁ ହୋଇ ଯାନ୍ତି
ପିଲାବେଳ ସମୟ ଟା
କେତେ ଯେ ମଧୂର
ତା ଠାରୁ ନାହିଁ କିଛି
ଅଧିକ ସୁନ୍ଦର ।