STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଅତୀତ କି ଫେରେ

ଅତୀତ କି ଫେରେ

1 min
199

ଅତୀତ ତ ସ୍ମୃତି ପୁଣି ଅସରନ୍ତି 

ସେ ପାଦ ଚିହ୍ନ ମାପିବ କିଏ କେମିତି 

 ପୃଷ୍ଠାରେ ସାଇତା ହୃଦୟ କାନ୍ଥିରେ ଗୁନ୍ଥି 

ଫେରିବନି ଆଉ ଫଗୁଣେ ଶ୍ରାବଣେ ବସନ୍ତେ 

ଭାବେ ମୁଁ ଯେମିତି 

ଦୁଇ ଆଖି କୋଣୁ ଗଙ୍ଗା ଯମୁନା ଆସନ୍ତି 

ଅଫେରା ଦହନ ଅଫେରା ପସରାର

ହୋଇସାରିଥାଏ ଇତି 

କାହା ଅତୀତ ଲେଖା ଇତିହାସ 

ମୋ ଅତୀତ ମୋ ପାଇଁ ପାଣ୍ଡୁଲିପିର ପଂକ୍ତି 

କେବେ କିଏ ବୁଝେ କେବେ କେ ବୁଝେନା 

ଆଖିମାରି ଚଇତାଳି ଗାଏ ବିଚ୍ଛେଦ ଗୀତି 

ପିତା ମାତା ଆଉ ସଖା ସହୋଦୋରଙ୍କ ଖୋଜି 

ସେ ଅଭୁଲା ଅବ୍ୟକ୍ତ କାନ୍ତି 

ପାଇଛି କି କିଏ ଏଇ ଜନମରେ କେବେ 

ପାଦଶବ୍ଦ ସବୁ ପ୍ରତିଧ୍ୱନୀ ହୋଇ କହୁଥାନ୍ତି ନାସ୍ତି 

ମୁଁ ଏକା ନୁହେଁ ସଭିଙ୍କ ଜୀବନେ କେତେ ଦହନ ଏମିତି 

ବର୍ତ୍ତମାନ ସଦା ଆହ୍ଲାଦିତ ସତେ କି ଜୁଇ ଯାଇ ମାଳତୀ 

ବଞ୍ଚିଯିବା ପାଇଁ ଆଶ୍ୱାସନା ଇଏ ବର୍ତ୍ତମାନ ଆଜି 

କାଲି ଅତୀତ ଆଜି ହୋଇକି ଇତି 

ଅତୀତ ଫେରାନା ବୁଝିକି ଅବୁଝା 

ହୁଏ ଏ ମଣିଷ ଏମିତି ନିତିପ୍ରତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy