ଅତୀତ ଭାବନା
ଅତୀତ ଭାବନା
ଅତୀତ ଭାବନା ନବ ସମ୍ଭାବନା
ଆଣି ଉଦେ ହୁଏ ମନେ
ଭାବୁ ଭାବୁ ନିତି ଦିନ ଯାଏ ବିତି
ଅତୀତର ରୋମନ୍ତନେ ।
ଶୈଶବ କେନ୍ଦ୍ର କରି ଗତ ଚିତ୍ର
ଆଙ୍କି ବସୁ ଥାଏ ମନ
ବାଲ୍ୟ ଚପଲତା ଧରି ମଧୁରତା
ଅତୀତ ଘଟଣା ମାନ ।
ଆଣି ଉଦେ କରେ ସ୍ମୃତି ପଟ ପରେ
ବିସ୍ମୃତ ନାନା ଘଟଣା
ପ୍ରବାହ ସହିତ ଜଡିତ ବହୁତ
ଚିନ୍ତା ଭାବ ଉନ୍ମାଦନା ।
ଜାଗ୍ରତ କରାଏ ଜୀବନେ ସୁକ୍ଷଣେ
ଆଶା ମରୀଚିକା ତୁଲ୍ୟ
ବୟସ ଅଧିକ ହୋଇଲେ ଅଧିକ
ବଢ଼ାଇ ସ୍ମୃତି ର ମୂଲ୍ୟ ।