Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushree sahoo

Abstract Others

4.3  

sushree sahoo

Abstract Others

ମୁଁ ଶେଫାଳି

ମୁଁ ଶେଫାଳି

1 min
256


ଜୀବନର ଛାୟାହ୍ନରେ, ଏମିତି ଏକ ସାୟାହ୍ନରେ,

କେଉଁଠି ଫୁଟି ଅଛ ତୁମେ ଶେଫାଳି,

ତୁମ ବାସ୍ନାରେ ମହକି ଉଠେ ବନ ଉପବନ,

ବାସ୍ନାରେ ଜିତି ତୁମେ ନିଅ ଚେତସୀ l

ଜୀବନରେ କେବେ ବିକଶିତ ହେବି ତୁମ ପରି,

ଅଳ୍ପ କ୍ଷଣ ପାଇଁ ପଛେ ଜିଇଁ ଯିବି ତୁମ ପରି,

ଜୀବନ ଏମିତି ଏକ ଅଭୁଲା କାହାଣୀଟିଏ,

ସୁରୁଜ ଉଏଁ ଜହ୍ନ ଆସେ ଦେଇଯାଏ ଏକ ସ୍ମୃତିଟିଏ l

ସବୁ ସ୍ମୃତି ପଟରେ ତୁମ ଛବି ଆଙ୍କେ ମୁଁ  ଶେଫାଳି,

ଭାବେ ସମୟ ସୁଅରେ କେବେ ତୁମପରି ମୁଁ ଜୀଵିନି ତ ମଉଳି?

ନୂତନ ସାୟାହ୍ନରେ ତୁମକୁ ଦେଖି ହୁଏ ଆଶାର ସଂଚାର,

ବୋଧହୁଏ ଦୁନିଆରେ ଅକାରଣେ ଜନ୍ମ ନୁହେଁ ମୋର l

ଏତିକି ଭାବି  ମୁଁ ବଞ୍ଚିଯାଏ,

ଜୀବନର ଦୁଃଖକୁ ସବୁ ପିଇଯାଏ,

ସଂଘର୍ଷର ନାମ ତ ଜୀବନ,

ଯିଏ ସଭିଙ୍କ  ପାଇଁ ଏକ ନୂଆ ଦିଗନ୍ତ l

ଜାଣେନା ମୁଁ କେତେବାଟ ତିଷ୍ଠିବି,

ତଥାପି ଭିନ୍ନ କିଛି ଅନ୍ୱେଷଣରେ ରହିଥିବି,

ବଞ୍ଚିବାର ସ୍ବପ୍ନ ନେଇ ଜିଇଁ ତ ଯାଇଛି,

କିନ୍ତୁ ଅସହ୍ୟ,

ଅସହ୍ୟ ଏ ଯନ୍ତ୍ରଣା, ଜୀବନର!

ଦୁଃଖ ଓ ଖୁସି ଭିତରର ପାର୍ଥକ୍ୟ ଦର୍ଶାଅକୁ,

ନେଇ ଅଟକି ଯାଇଛି ମୁଁ,

ଜୀବନର ଦୋଛକିରେ l

ସ୍ବପ୍ନକୁ ଆପଣେଇ ବାସ୍ତବତାକୁ ଭୁଲିବାକୁ ଚାହେଁନା,

ବାସ୍ତବତାରେ  ବଞ୍ଚିବି ପାରେନା,

ତୁମକୁ ଆଦର୍ଶ କରି ଜୀବନ ମୁଁ ବଞ୍ଚିଗଲି ଶେଫାଳି,

ତୁମ ପରି ସାଜି ଆଜି ଜୀବନ ମୁଁ ଜିଇଁଗଲି l


Rate this content
Log in

More oriya poem from sushree sahoo

Similar oriya poem from Abstract