ଅତି ବର୍ଷା ବିପତ୍ତିର କାରଣ
ଅତି ବର୍ଷା ବିପତ୍ତିର କାରଣ
ପ୍ରବଳ ବରଷା କରଇ ଅଥୟ
ଭୟଭୀତ ନର ପଶୁ ପକ୍ଷୀ ବନ
ବନ୍ଯା ବାତ୍ଯା କରିଥାନ୍ତି ତାଣ୍ଡବ
କେଉଁଥିରେ କା'ର ନଲାଗେ ମନ ।
ବରଷୁଛି ବର୍ଷା ଅବାରିତ ଧାରେ
ଜଳମୟ ଧରା ଅସ୍ତବ୍ୟସ୍ତ ଲାଗେ
ଅତି ବର୍ଷା ବିପତ୍ତି କାରଣ ଅଟେ
ରକ୍ଷାକର ପ୍ରଭୁ ଅଥଳ ସାଗରେ ।
ଗାଡ଼ିଆ ପୋଖରୀ ନଦ ନଦୀ
କୂଳ ଲଂଘିଲାଣି ଭରା ପାଣିରେ
ବେଙ୍ଗ ବେଙ୍ଗୁଲିଙ୍କ ଆର୍ତ୍ତନାଦ
ସର୍ପ ଉଗାଳିଛି ପଥ ପାଣି ଧାରେ ।
ଜଳ ବହୁଳେ ସୃଷ୍ଟି ନାଶ ପୁଣି
ଜଳ ବିହୁନେ ସୃଷ୍ଟି ନାଶ
ପ୍ରକୃତିକୁ କଲେ ନାରଖାର
ସବୁକିଛି ହୁଅଇ ବିଧ୍ବଂସ ।
ଜଳ ବିନା ପ୍ରାଣୀ ପ୍ରାଣ ଛୁଟେ
ଅତି ଜଳେ ପ୍ରାଣୀ ଶ୍ବାସରୁଦ୍ଧେ
ଜଳ, ବାୟୁ, ତାପେ ଜୀବ ଜନ୍ମେ
ସର୍ବ କ୍ଷେତ୍ରେ ଅତି ନାଶ କରେ ।
ବହୁଳ ଜଳେ ଅତ୍ଯନ୍ତ କ୍ଷତି
ବିଲୁପ୍ତ ହୁଏ ବିଶ୍ବର ସ୍ଥିତି
ପ୍ରାଣ ବିକଳେ ସମସ୍ତେ ବ୍ଯସ୍ତ
ପ୍ରଳୟ ଜଳୁ ହରି ବଞ୍ଚାନ୍ତି ।
ବହୁଳ ଜଳରୁ ସୃଷ୍ଟି ଧରା
ଜଳ ହିଁ ପ୍ରାଣ, ତା ବିନା ମୃତ୍ୟୁ
ବୃକ୍ଷ ଲତା ତରୁ ତୃଣ ମାନ
ଜଳ ବିନା ହୁଅଇ ହନ୍ତସନ୍ତ ।
ବହୁଳ ଜଳ ବିନାଶ ଜାଣ
ସେହି ଜଳୁ ଜନ୍ମିଲେ ଜଳଜ
ସନ୍ତୁଳନ ବିଗିଡିଲେ ପୁଣ
ବିନା ଦ୍ବନ୍ଦେ ପୃଥି ହୁଏ ଧ୍ବଂସ ।
ଅସରା ଅସରା ଶ୍ରାବଣର ଧାରା
ମହୀ ନବ ଖଣ୍ଡ ବିପତ୍ତିରେ ଭରା
ଜଳାର୍ଣ୍ଣବେ ଜୀବ ଡାକେ ଜନାର୍ଦ୍ଦନ
ପୃଥୀ ରକ୍ଷାକର ଦେଇ ଆସରା ।
