Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4.5  

Henarani Senapati

Classics Inspirational Others

ଅସୁସ୍ଥ ଶରୀର

ଅସୁସ୍ଥ ଶରୀର

1 min
220


ମୋ ଭଗ୍ନ ମନର ନୀରବତା ସତେ

ଯନ୍ତ୍ରଣା ର ଯଉଘର

ଅପର୍ଯ୍ୟାପ୍ତ କ୍ଲାନ୍ତ ଶରୀରେ ଘୋଟିଛି

ଅମାବାସ୍ୟା ଅନ୍ଧକାର ।

ମାଧୁର୍ଯ୍ୟ ମୟର ଜୀବନ ସମାପ୍ତ

କାହିଁ କେବେ ହେଇଗଲା

ସୌନ୍ଦର୍ଯ୍ୟ ସମ୍ପୁର୍ଣ୍ଣା ଋପ ଲିଭିଗଲା

ରୋଗ ନିମନ୍ତ୍ରଣ କଲା ।

ପୁରୁଣା ଶରୀର ମୃତ୍ୟୁ ଅପେକ୍ଷା ରେ

କେବେ ନିମ୍ନ ହେଇ ଗଲା

ପାଦେ ପାଦେ କଷ୍ଟ କଣ୍ଟ୍ରୋଲ ହାରୁଚି

ଆଶ୍ରୟ ହୀନ ସେ କଲା ।

ପ୍ରତି ମୁହୁର୍ତ୍ତରେ ପଶ୍ଚାତ୍ତାପ ନିଆଁ

ଦିବସକୁ ଅନ୍ତ ଦିଏ

ବାରମ୍ବାର ଆଶା ତଣ୍ଟି ଶୁଖିଯାଏ

ଆତ୍ମହତ୍ୟା କରି ନିଏ ।

ଆଶା ର ଆଶ୍ରୟ ନେଇ ବଞ୍ଚି ଥିଲି

ପ୍ରତିଶ୍ରୁତି ହାତ ଧରି

ଉଭେଇଲା ମୋର ମନ ଅବଶୋଷ

ଅଭିମାନ ମନେ ଭରି ।

ମାନ ଅଭିମାନ କରିଛନ୍ତି ମନ

ଶରୀର ଅସୁସ୍ଥ ପାଇଁ

ଯତ୍ନ ନେଲ ନାହିଁ ଅଣଦେଖା ତୁମ

ଅତ୍ୟନ୍ତ ଅନ୍ୟାୟ କାଇଁ ।

ଆୟୋଜିତ କାର୍ଯ୍ୟ ଅପୂର୍ଣ୍ଣ ପଡିଛି

ଅନ୍ଧକାର ମୋର ଆଶା

ଯାହା ଅଛି କର୍ମେ ତାହା ଦିଅ ପ୍ରଭୁ

ପୂର୍ଣ୍ଣାଙ୍ଗ କର ମୋ ଆଶା ।

ଏତିକି ମାଗୁଣି ଆହେ ଚକ୍ର ପାଣି

ସୁଖମୟ ମୃତ୍ୟୁ ଦିଅ

ମୁଦ୍ରିତ ନୟନେ ତୁମ ଋପ ଥାଉ

ତୁଣ୍ଡେ କୈବଲ୍ୟ ଦିଅ ।


Rate this content
Log in

Similar oriya poem from Classics