Debadatta Jena

Action Classics Inspirational


4.0  

Debadatta Jena

Action Classics Inspirational


ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

2 mins 189 2 mins 189

ମୋହିନୀ

ସେଦିନ ବି ତୁମେ ସାଜିଥିଲ ଅପରୂପ ଆନିନ୍ଦ୍ୟ ସୁନ୍ଦରୀ,

ସୃଜି ଥିଲ ସ୍ୱତଃସ୍ଫୁର୍ତ୍ତ ସୁରମ୍ୟ ରୂପ ଲାବଣ୍ୟ

ମାଧୁରୀ,

ବିମୋହିତ ବିପଣି ମୋହରେ ପ୍ରଲୋଭିତ ଦୁଷ୍ଟ ଦାନବର କରାଳ କବଳରୁ ମୁକ୍ତି ପାଇଁ,

ସାଜିଥିଲ ସୁଲଭ୍ୟ ସୁଦୃଶ୍ୟ ମୋହିନୀର ବେଶ,

ଉଦ୍ଧରିଲ ସ୍ଵକୀୟ କୁଟୁମ୍ବ,ସୃଷ୍ଟି ସର୍ଜନାର

ସେଇ ସମ୍ଭାବ୍ୟ ସାରାଂଶର କିୟଦଂଶ,

ନାଶି ଥିଲ ଅଜସ୍ର ରାହୁ ଗ୍ରସ୍ତ କେତୁ,ବାଜିଥିଲା ବିମୋହିତ ବେଣୁ ସ୍ଵନ !

ସ୍ୱ ତେଜରେ ତେଜିଥିଲ, ସୁର ଦାନଵଙ୍କ ମହା

ଲଢ଼େଇର ମହାମନ୍ତ୍ର, ରକ୍ଷା କଲ ସାଗର ମନ୍ଥନ

ସୃଷ୍ଟ ଯେତେ ଅଜସ୍ର ଅମୃତ,ପୟୋଧି,

କରି କରାୟତ୍ତ, ହୋଇ ଥିଲା ବଶ,

ଦୁଷ୍ଟ ରାକ୍ଷସ ଗଣଙ୍କ ମଦମତ୍ତ!

ଆଉ ଯେବେ ମନସ୍ବିନୀ

ଆଉ ଯେବେ ସାଜିଥିଲ ତୁମେ,ଦାତା ପଣେ କରି

କୋଟି ବସ୍ତ୍ର ଦାନ,କରିବାକୁ ଲଜ୍ୟା ନିବାରଣ,

ପ୍ରିୟ ସହୋଦରୀ ପାଇଁ, ତୁମ ଇପ୍ସିତ ଇଙ୍ଗିତରେ ପ୍ରକ୍ଷେପିତ ଯେତେ ନୂତନ ଆୟୁଧ,

ଶତ ହିଂସାର ସେ ଦୁର୍ବାର ପଣେ ଉନ୍ମୁକ୍ତ ଥିଲା ପାଞ୍ଚାଳୀର କେଶ, ସାଜି ଥିଲା ସ୍ପର୍ଦ୍ଧିତ କୁନ୍ତଳ ସ୍ରୋତସ୍ୱିନୀରୁ ମନସ୍ବିନୀ, ବିଖଣ୍ଡିତ ଶତ ଜାନୁ

ହୋଇ ଥିଲା ଭଗ୍ନ,ମାଖି ଥିଲା ଉତ୍ତୁଙ୍ଗ ଉତୁର

ଉନ୍ମତ୍ତ ଶୋଣିତର ରେଣୁ!

ସେ ମହା ପର୍ବର ଶେଷ ଯବନିକା ଲଭିଥିଲା

ବୃକୋଦରୀ କେଶେ, ଭାଙ୍ଗି ଦୁର୍ଯ୍ୟୋଧନ ଜାନୁ!

ଜୟ ଜୟକାର, ଭେରୀ, ତୁରୀ, ସୁର ତାନ!

ପୁଣି କେବେ ବିମୋହିନୀ ବେଶେ

ସେଦିନ ବି ସାଜିଥିଲ ତୁମେ ଵୀରାଂଗନା ବେଶ,

ପ୍ରଲୁବ୍ଧ ପ୍ରମୋଦର ଉପଦଂଶନେ ଶୋଭିଥିଲ ଯେବେ ତୁମର ସେ ଅପରୂପ ବିବସନା ବେଶ,

ପ୍ରପଞ୍ଚ ମାୟା ଜାଲେ ଉଦ୍ଧରିଲ ପ୍ରବଂଚିତ କ୍ଳେଶ,

ଛେଦି ମଦ ମତ୍ତ ମହିଷାର ଉଦଣ୍ଡ ଅତିଶୟ ଶ୍ଲେଷ,

ଅଟ୍ଟହାସ୍ୟ ଅସଂଯତ ମୋହ,

ଧରା ବକ୍ଷୁ ନାଶି ଥିଲ ଉଦ୍ଭ୍ରଷ୍ଟ ଉଦ୍ଭ୍ରାନ୍ତ ଉତ୍ସୃଙ୍ଖଳର

ଶିର ଚ୍ଛେଦ, ଧରି ସ୍ଵୟଂଭୂ ସମ୍ଭୂତ ସୁର ମହିଷାସୁର ମର୍ଦ୍ଦିନୀର ବେଶ, ସଂରଚିଲ ଯେତେ ପାପନାଶିନୀ

ମେଦ ସଂହାରର ଚିତ୍ର, ସ୍ୱ ଚିତ୍ରିତ ଦୁର୍ଗତିନାଶିନୀ

ସୁର ବୀର ଜିଣା ପ୍ରକମ୍ପିତ ପାପ ତାପ ନାସୀ ତନୁ,

କରି ଆବାହନ,ଯୁପ କାଷ୍ଟେ ବଳି କରିଲ ତାରଣ,

କର ଏବେ ଏ ଜଗତ ଉଦ୍ଧାର! ନ ହୋଇ ଚିର ଅବାଂଛିତ, ଉପେକ୍ଷିତ! ଏବେ ନିଜେ, ନିଜ ପାଇଁ

ହୁଅ ସ୍ୱୟଂ ସୁରକ୍ଷିତ,ସୁରକ୍ଷାର ସ୍ରୋତ,ପରୀ ନୁହେଁ ତୁମେ, ଏବେ କର ପରିତ୍ରାଣ,ଲଙ୍ଘି ଉଠୁ ଅଥଳ

ସାଗର ମନ୍ଥନୁ ତୁମର ସେ ଉତ୍ତାଳ ତରଙ୍ଗର ସୀମା, ଲଂଘୁ ଦୁର୍ଦ୍ଦିନର ଅବଶେଷ, ବାଜି ଉଠୁ, ବୀର ବାଦ୍ୟ, ଦୁର୍ଗତିନାଶିନୀର ରଣ ଦୁନ୍ଦୁଭି ହୁଙ୍କାର, ନ ରହୁ ତିଳେ ହେଲେ, ଅବସାଦ,ନ ହୋଇ ଚିର ଲାଂଛିତ, ଅବହେଳିତ,

ଆସ ତୁମେ ପରୀ,ପ୍ରକମ୍ପିତ ହେଉ ଏ ଜଗତ,

ଧାରା ଧାମେ ବିରାଜିତ ହେଉ ତୁମ ଅସ୍ତିତ୍ୱର ତୀବ୍ର ଉଦ୍ଘୋଷଣ, ଦୁନ୍ଦୁଭିର ନିନାଦିତ ନାଦ, ବାଜିଉଠୁ

ସେଇ ବିଜୟର ଶୁଭ ଶଙ୍ଖ ଧ୍ୱନୀ ,ଅବିମିଶ୍ରିତ

ବିମୋହନେ ଅବାଂଛିତ କି ତୁମେ? ସମ୍ମୋହନେ

ଲଭୁ ବିଷାଦର ଅନ୍ତ, ନ ରହୁ କ୍ଳୀବ ଅବସାଦ,ତ୍ରାଣ

ଅବଚ୍ଛେଦ, ଯେତେ ଅବସନ୍ନ, ଅବଶୋଷ ! ଅଛି ଯେତେ ପ୍ରାବଲ୍ୟ ପୀୟୂଷ!ହେଉ ସୁରକ୍ଷିତ ଏ ଧରା ଧାମ!!!



Rate this content
Log in

More oriya poem from Debadatta Jena

Similar oriya poem from Action