ସିନ୍ଦୂର
ସିନ୍ଦୂର
ଭାରତ ର ଭୂସ୍ବର୍ଗ କାଶ୍ମୀର
ମାଟି ଭିଜିଥିଲା ସନ୍ତାନଙ୍କ ରୁଧିରେ
ଧର୍ମ ନିରପେକ୍ଷ ରାଷ୍ଟ୍ର ଆମର
ଲଭିଲା କଷଣ ବିଧର୍ମୀଙ୍କ ପ୍ରହାରେ l
ହରଣ କରିଲା ପତିର ପରାଣ
ଶୂନ୍ୟ କରି ସୌଭାଗ୍ୟର ସିନ୍ଦୂର
ଧର୍ମ ଉପରେ ନିଷ୍ଠୁର ପ୍ରହାର
ଆତଙ୍କୀ ଙ୍କ ସେହି ନରସଂଘାର l
ପ୍ରତିଶୋଧ ବହ୍ନି ଉଠିଲା ଜଳି
ତୀବ୍ରେ ପ୍ରତି ଭାରତୀୟଙ୍କ ପ୍ରାଣେ
ରଣ ହୁଙ୍କାରେ ଥରିବ ବଇରୀ
ଗଡାଇବ ଶତ୍ରୁ ଶିର ରଣେ l
ଭାରତ ଜନନୀର ଜାଗ୍ରତ ପ୍ରହରୀ
ଧନ୍ୟ ତୁମେ ବୀର ଗଣ
ନିଶବ୍ଦ ରାତ୍ରିର ବିଜନ ବେଳେ
ଆକାଶ ମାର୍ଗୁ କଲ ଆକ୍ରମଣ l
ଧ୍ୱସ୍ତ ବିଧ୍ୱସ୍ତ ଆତଙ୍କୀ ଶିବିର
ଖେଳିଛି ଆତଙ୍କ ଶତ୍ରୁ ପରାଣେ
ମିଶନ 'ସିନ୍ଦୂର 'ରଚିଛି ବିନାଶ
ବର୍ଷି ଅନଳ ପ୍ରତିଶୋଧ ପାରାୟଣେ l
