ସତ୍ୟ ପଥରୁ ମିଥ୍ୟା ପାଥେୟ ଫେଡ଼ି
ମାହେନ୍ଦ୍ର ବେଳାରେ ମାୟାଦେଵୀ ଗର୍ଭ ଭିଡି
ଜନ୍ମ ନେଲ ବୁଦ୍ଧ ସତ୍ୟ ସନ୍ଧାନ ପାଇଁ
ରାଜପୁତ୍ର ହୋଇ ଲୟ ରଖି ଜ୍ଞାନ ପାଇଁ
ଐଶ୍ଵର୍ଯ୍ୟ ସୁଖ ରାଣୀ ରାଜାକୁମାର ଛାଡି
ଘୋର ଅରଣ୍ୟରେ ତପ ରଚି ଅନ୍ଧକାର ଫେଡ଼ି
ବୁଦ୍ଧତ୍ୱ ଲଭିଲ ଐଶ୍ବର୍ଯ୍ୟ ତୁଚ୍ଛ କରି
ମନୁଷ୍ୟ ଦେହଧାରୀ ଜ୍ଞାନ ଗୁଣ ପ୍ରସାରୀ
ଦିବ୍ୟ ଆଭା ଲଭି ଭବ୍ୟ ପ୍ରଭା ଜ୍ଞାନ କୁରାଢ଼ି
ବୌଦ୍ଧ ସତ୍ତା ଭିତରେ ନିରାପତ୍ତା କଢି
ଦିବ୍ୟ ପ୍ରକାଶ ସେ ଶରଣଂ ଗଛାମୀ ପେଡି
ବୁଦ୍ଧ ସଙ୍ଘ ତ୍ରିପିଟକ ମୂଳ ମନ୍ତ୍ର କାଢି
ଆଜି ବି ଜିଇଁଛ ମତ୍ୟେକ ମଣିଷ ହୃଦୟେ ବଢ଼ି
ମାନନୀୟ ବୁଦ୍ଧ ଆସ ଆଉ ଥରେ ନିଶୁଣି ଚଢି
ଯୁଦ୍ଧ ରାଗ ମିଜାଇଲ ଡ୍ରୋନ ଦିଅ ଫୋପାଡି
ସଭିଙ୍କ ଭିତରେ ଆତ୍ମ ସଚେତନ ଫୁଲ ହୋଇ କଢି
ଫୁଟିବ ପାଇଲେ ସତ୍ୟର ଦିବ୍ୟ ଚେତନା ପିଢ଼ି
ଆସ ଆସ ଆର୍ଯ୍ୟ ଦେଖ ତୁମ କାର୍ଯ୍ୟ ଅଧା ଅଛି ପଡି
ସତ୍ୟର ମନ୍ତ୍ର ଫୁଟୁ ହୋଇ ପଦ୍ମ କଢି ଯାଉଛି ଛିଡି
ଧରିରଖିବାକୁ ଭିଡି ତୁମକୁ ଲୋଡି କାନ୍ଦି ଯାଉ ଗଡି
ବୁଦ୍ଧଂ ଶରଣଂ ଗଛାମୀ ଗାଡି ଚଢି
ଆସ ଆଉଥରେ ଅନ୍ଧକାର ଭିତରୁ ଧରି ଆଲୋକ ପେଡି
ଅମୃତର ଟୋପା ପଡୁଛି ନିଗିଡି
ଧରି ରଖିବାକୁ କାହିଁ ନୂଆ ପିଢ଼ି
ବୁଦ୍ଧ ହେ ପ୍ରଭୁ ଆସ ଆସ ସ୍ୱର୍ଗ ରାଇଜୁ ଉଡି
,,,,,,,,,,,,,,