STORYMIRROR

Sunanda Mohanty

Action Inspirational Others

4  

Sunanda Mohanty

Action Inspirational Others

ଉଠ ଆଉଥରେ ଆଖି ଫେଡ଼ି 

ଉଠ ଆଉଥରେ ଆଖି ଫେଡ଼ି 

1 min
360


ସତ୍ୟ ପଥରୁ ମିଥ୍ୟା ପାଥେୟ ଫେଡ଼ି 
ମାହେନ୍ଦ୍ର ବେଳାରେ ମାୟାଦେଵୀ ଗର୍ଭ ଭିଡି 
ଜନ୍ମ ନେଲ ବୁଦ୍ଧ ସତ୍ୟ ସନ୍ଧାନ ପାଇଁ 
ରାଜପୁତ୍ର ହୋଇ ଲୟ ରଖି ଜ୍ଞାନ ପାଇଁ 
ଐଶ୍ଵର୍ଯ୍ୟ ସୁଖ ରାଣୀ ରାଜାକୁମାର ଛାଡି 
ଘୋର ଅରଣ୍ୟରେ ତପ ରଚି ଅନ୍ଧକାର ଫେଡ଼ି 
ବୁଦ୍ଧତ୍ୱ ଲଭିଲ ଐଶ୍ବର୍ଯ୍ୟ ତୁଚ୍ଛ କରି 
ମନୁଷ୍ୟ ଦେହଧାରୀ ଜ୍ଞାନ ଗୁଣ ପ୍ରସାରୀ 
ଦିବ୍ୟ ଆଭା ଲଭି ଭବ୍ୟ ପ୍ରଭା ଜ୍ଞାନ କୁରାଢ଼ି 
ବୌଦ୍ଧ ସତ୍ତା ଭିତରେ ନିରାପତ୍ତା କଢି 
ଦିବ୍ୟ ପ୍ରକାଶ ସେ ଶରଣଂ ଗଛାମୀ ପେଡି 
ବୁଦ୍ଧ ସଙ୍ଘ ତ୍ରିପିଟକ ମୂଳ ମନ୍ତ୍ର କାଢି 
ଆଜି ବି ଜିଇଁଛ ମତ୍ୟେକ ମଣିଷ ହୃଦୟେ ବଢ଼ି 
ମାନନୀୟ ବୁଦ୍ଧ ଆସ ଆଉ ଥରେ ନିଶୁଣି ଚଢି 
ଯୁଦ୍ଧ ରାଗ ମିଜାଇଲ ଡ୍ରୋନ ଦିଅ ଫୋପାଡି 
ସଭିଙ୍କ ଭିତରେ ଆତ୍ମ ସଚେତନ ଫୁଲ ହୋଇ କଢି 
ଫୁଟିବ ପାଇଲେ ସତ୍ୟର ଦିବ୍ୟ ଚେତନା ପିଢ଼ି 
ଆସ ଆସ ଆର୍ଯ୍ୟ ଦେଖ ତୁମ କାର୍ଯ୍ୟ ଅଧା ଅଛି ପଡି 
ସତ୍ୟର ମନ୍ତ୍ର ଫୁଟୁ ହୋଇ ପଦ୍ମ କଢି ଯାଉଛି ଛିଡି 
ଧରିରଖିବାକୁ ଭିଡି ତୁମକୁ ଲୋଡି କାନ୍ଦି ଯାଉ ଗଡି 
ବୁଦ୍ଧଂ ଶରଣଂ ଗଛାମୀ ଗାଡି ଚଢି 
ଆସ ଆଉଥରେ ଅନ୍ଧକାର ଭିତରୁ ଧରି ଆଲୋକ ପେଡି
ଅମୃତର ଟୋପା ପଡୁଛି ନିଗିଡି 
ଧରି ରଖିବାକୁ କାହିଁ ନୂଆ ପିଢ଼ି 
ବୁଦ୍ଧ ହେ ପ୍ରଭୁ ଆସ ଆସ ସ୍ୱର୍ଗ ରାଇଜୁ ଉଡି
,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action