STORYMIRROR

lopamudra Rath

Action

4  

lopamudra Rath

Action

ସିନ୍ଦୁର ର ପ୍ରତିଶୋଧ

ସିନ୍ଦୁର ର ପ୍ରତିଶୋଧ

1 min
227

ଭାରତୀୟ ସେନା ନେଲା ପ୍ରତିଶୋଧ
ପହଲଗାଓଁ ଆକ୍ରମଣ ର, 
ପାକ୍ କୁ ମିଳିଲା ପ୍ରଚଣ୍ଡ ପ୍ରହାର
ଅରରେସନ୍ ସିନ୍ଦୁର ର। 
ହିନ୍ଦୁ ମହିଳାଙ୍କ ସିନ୍ଦୁର ପୋଛିଲା
ବର୍ବର ପାକ୍ ଆତଙ୍କବାଦୀ, 
ସ୍ଥାନ, କାଳ ଚୟନେ ଜବାବ ଦେଲା
ଭାରତୀୟ ବାୟୁ ସେନା ପଦବୀ। 
ନିରୀହ ପିଲାଙ୍କୁ ଅନାଥ କଲା
ହୋଇଲେ ବାପଛେଉଣ୍ଡ ,
ମୋଦିଜୀ ଆମ ଶପଥ ନେଲେ
ଶତ୍ରୁ କୁ ବିନାଶି ଉଚିତ ଦଣ୍ଡ  । 
ବିଳମ୍ବିତ ରାତ୍ରିରେ କଡା ପ୍ରହାର
ଆତଙ୍କବାଦୀ ଙ୍କ ଆଡ୍ଡା ରେ, 
ଏକୋଇଶି ଆଡ୍ଡା ଧ୍ବଂସ କଲା
ରାଫେଲ ଯୁଦ୍ଧ ବିମାନ କ୍ଷେପଣାସ୍ତ୍ର ରେ  । 
ରାଫେଲ ରୁ ବର୍ଷିଲା ସ୍କାଲ୍ପ, ହାମର କ୍ରୁଜ କ୍ଷେପଣାସ୍ତ୍ର, 
ଲସ୍କର, ଜୈସ, ହିଜବୁଲ ସଂଗଠନକୁ  କଲା ଧୂଳିସାତ୍  । 
ପିଓକେ ସହ ପାକିସ୍ଥାନ ହ୍ରୁତପିଣ୍ଡ
ପଞାବ ପ୍ରଦେଶ, 
ଆତଙ୍କବାଦୀ ଟ୍ରେନିଂ କ୍ଯାମ୍ପକୁ
କରିଦେଲା ଧ୍ବଂସ  । 
ଭାରତୀୟ ବାୟୁସେନା ର ଏହି କାର୍ଯ୍ଯାନୁ୍ଷ୍ଠାନ, 
ମଙ୍ଗଳ ବାର ବିଳମ୍ବିତ ରାତ୍ରିରେ କଲା ଆୟୋଜନ  । 
ଶ୍ରୀ ମୋଦିଜୀ କାର୍ଯାନୁଷ୍ଠାନ ର ନାମ ରଖିଥିଲେ  ଅପରେସନ ସିନ୍ଦୁର, 
ପ୍ରତିି ଘଟଣା ର ନିରୀକ୍ଷଣ କରି
ଥିଲେ ରାତ୍ରି ଉଜାଗର  । 
ଭାରତ ର ତୁମେ ଶ୍ରେଷ୍ଠ ବୀର ସେନା ଗଣ, 
ସିନ୍ଦୁର ମହତ୍ବ ବୁଝି ରଖିଲ  ସିନ୍ଦୁର ମାନ। 
ଜଳ, ସ୍ଥଳ, ବାୟୁ ସେନା ଦେଶର ରକ୍ଷକ, 
ଶତ୍ରୁ କବଳୁ ବଂଚାଅ ବୀର ଭାରତ ସୈନିକ। 
ତିନି ସେନା ଭାରତ ର ଗର୍ବ ଓ ଗୌରବ, 
ତୁମ୍ଭ ସ୍ଥିତି ବିନା ଜୀବନେ ବିପଦ ସରବ। 
💐💐💐
ଲୋପାମୁଦ୍ରା ରଥ, ଶିକ୍ଷୟିତ୍ରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action