STORYMIRROR

lopamudra Rath

Classics Inspirational

4  

lopamudra Rath

Classics Inspirational

ପରିବାର

ପରିବାର

1 min
38

ଈଶ୍ବରଙ୍କ ଦରବାରେ ନିତ୍ଯ କରୁଛି ପ୍ରଣାମ,
ତୁମ୍ଭ ଆଶୀର୍ବାଦ ପାଇ ମୋର ଚାଲିଛି କରମ।
ହେ ପ୍ରଭୁ ଜଗନ୍ନାଥ ଲଗାଇଛ ଲୀଳା ଖେଳା,
ପରିବାର ପ୍ରତି ମୁଖେ ବିରାଜୁ ସୁଖ ଶାନ୍ତି ମେଳା।
ମୋର ମନ ସଦା ଚାହେଁ ପରିବାର ହସଖୁସି,
ସ୍ବର୍ଗୀୟ ସୌରଭ ଛୁଟେ ଆପଣା ମନେ ମିଳିମିଶି।
ସ୍ନେହ, ପ୍ରେମ ରଜ୍ଜୁରେ ଆବଦ୍ଧ ମୋ ପରିବାର,
କାଂଚନ ସମ ଝଲସୁ ସମ୍ପର୍କ ଯହିଁ ପରସ୍ପର।
ମଙ୍ଗଳ ଚିନ୍ତନ କଳ୍ପେ ଆଶା ର କିରଣ ପ୍ରତୀକ,
ଶୁଭ୍ର ଜ୍ଯୋତି ପରଶେ ଖୁସିର ବାର୍ତ୍ତା ହେଉ ଅନେକ।
ପ୍ରସ୍ଫୁଟିତ ସେନେହ ପାଖୁଡା ଭରିଦିଏ ଖୁସିର ସଂସାର,
ମା କମଳା ଙ୍କ କମଳ ସ୍ପର୍ଶ ରେ  ହସି ଉଠୁ ପରିବାର।
ସୁଖଦୁଃଖର ଦୁଇ ପାର୍ଶ୍ୱ ଚାଲିଛି ଜୀବନ ସଂପର୍କେ,
ଜୀବନ ପ୍ରଦୀପ ଉଜ୍ଜଳିତ ଶ୍ରୀ ଜଗନ୍ନାଥ ଙ୍କ ଆଲୋକେ।
🪔✨💐✨🪔
ଲୋପାମୁଦ୍ରା ରଥ, ଶିକ୍ଷୟତ୍ରୀ
ନୂଆସାହି ନୂତନ  ପ୍ରାଥମିକ ବିଦ୍ୟାଳୟ ବଡକୋଦଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics