STORYMIRROR

lopamudra Rath

Inspirational

4  

lopamudra Rath

Inspirational

ବିପଦର ବନ୍ଧୁ

ବିପଦର ବନ୍ଧୁ

1 min
273

ବିପଦର ବନ୍ଧୁ ଆହେ କ୍ରୁପାସିନ୍ଧୁ
ସାହା ହୁଅ ପ୍ରଭୁ ଆପଦ ବେଳେ, 
ଦୁଃଖ ର ପାହାଡ ଝରି ପଡୁଅଛି
ରକ୍ଷା କର ପ୍ରଭୁ ବିଷାଦ ବେଳେ। 
ଜୀବନ ଦର୍ପଣେ ତୁମ ଦରଶନ
ଭାବ ମଗ୍ନେ ଭିଜି ହ୍ରୁଦ କମଳେ, 
ମାନବ ଜୀବନେ ତୋ କଳା ମହିମା
ସତ୍ ଲଗ୍ନେ ମଜ୍ଜି ମହୀ ମଣ୍ଡଳେ। 
ଦୁଃଖ ଝଡ଼ ଝଞା ଯେବେ ଆଗମନ
ବ୍ଯତିବ୍ଯସ୍ତ କେତେ ହୁଏ ଜନମନ, 
ସୁଖ ସମ୍ପଦ ଯେ ବିଳାସବ୍ଯସନ
ଜଗା କୁ ଭୁଲି ଗର୍ବେ ଉନ୍ମାତ୍ତଏସନ।
ସଂସାର ପଥରେ ଯେତେ ବାଧାବିଘ୍ନ
କାଳିଆ ଭରସା ସବୁ ହେବ ଛିନ୍ନ, 
ଜୀବନଯାତ୍ରା ର ଶ୍ରେଷ୍ଠ ସନାତନ
ତାଙ୍କ ନିର୍ଦ୍ଦେଶ ରେ ଚାଲିଛି ଜୀବନ। 
ବିପଦର ବନ୍ଧୁ ଆହେ ଦୟା ସିନ୍ଧୁ
ମୋହ ମାୟା ଦୂର କର ପ୍ରାଣ ବନ୍ଧୁ, 
ଦୟା, ଭାବ ଭକ୍ତି ସ୍ରୁଷ୍ଟି ଜନେ ମତି
ସୁଗତି ଚାଳକ ହ୍ରୁଦେ ଜୀବନ ବନ୍ଧୁ। 
🪔🪔🪔💐
ଲୋପାମୁଦ୍ରା ରଥ, ଶିକ୍ଷୟତ୍ରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational