STORYMIRROR

Prahallad Sahoo

Abstract Action Classics

3  

Prahallad Sahoo

Abstract Action Classics

ପାଦ ପଦ୍ମ 👣🌸👣

ପାଦ ପଦ୍ମ 👣🌸👣

31 mins
112

ପାଦେ ପାଦ ରେଣୁ ମସ୍ତକେ ଲାଗିଥାଏସେ ପାଦ ଯେବେ ଶୁଭାଶିଷ ଦେଇ ଦିଏ

ଅତିଦାନ କରି ବଳିର୍ବଧ ହେଲା ପରାୟ

ସେ କୋମଳ ପାଦ ବି କଠୋର ହୁଏ ।।

ସେହି ପାଦର ପରଶ ଲାଗି ସତୀ ଅହଲ୍ୟା

ଯୁଗ ପରେ ଯୁଗ ଧ୍ଯାନେ ଅପେକ୍ଷାରତ ଥିଲେ,

କାମାନ୍ଧ ଇନ୍ଦ୍ରଦେବଙ୍କ ପାଇଁ ସେ ଶାପ ଗ୍ରସ୍ତ

ପ୍ରଭୁ ପାଦ ପରଶେ ଅଭିଶାପ ମୁକ୍ତ ହେଲେ ।।

ସେ ପଦ୍ମ ପାଦ ଅଗତିର ଗତି ଦୁଃଖ ନାସନ

ତାକୁ ହେୟ କରି ଶିରେ ବସିଲେ ଦୁର୍ଯ୍ୟୋଧନ,

ସେ ପାଦପଦ୍ମେ ବସି ଅର୍ଜୁନଙ୍କୁ ମିଳଇ ଆଶିଷ

ବିନା ଆଶିଷେ ଯୁଦ୍ଧେ ନାଶ ଗଲେ କୁରୁ କୁଳ ।।

ସେ ଅଳତା ଲଗା ପାଦ ବି ଦିନେ କଲା ଭ୍ରମ

ହରିଣୀ ଭାବି ସବର ସରାଘାତେ ନେଲା ପ୍ରାଣ,

ଗାନ୍ଧାରୀ ମାତାର ଅଭିଶାପ ପ୍ରଭୁ କଲେ ପ୍ରାପ୍ତ

କୁରୁକୁଳ ପରି ଯଦୁବଂଶ ହୋଇଥିଲା ଅବସାନ ।।

ଭକତ ରଙ୍କା ସେ ତ ଭାବ ବିନୋଦିଆ କଳାକାହ୍ନୁ

ଭକତ ମନ ରକ୍ଷାକରି ଗଧ ପାଦ ଧରିଥିଲେ ପ୍ରଭୁ,

ସେ ପଦାରବିନ୍ଦ ହେଉ ମୋ ମୁକ୍ତିର ପଥ ପ୍ରଦର୍ଶକ

ସେ ଚରଣ କମଳ ଧ୍ଯାୟୀ ତରି ଯାଏ ଭବସାଗରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract