ପାଦ ପଦ୍ମ 👣🌸👣
ପାଦ ପଦ୍ମ 👣🌸👣
ପାଦେ ପାଦ ରେଣୁ ମସ୍ତକେ ଲାଗିଥାଏସେ ପାଦ ଯେବେ ଶୁଭାଶିଷ ଦେଇ ଦିଏ
ଅତିଦାନ କରି ବଳିର୍ବଧ ହେଲା ପରାୟ
ସେ କୋମଳ ପାଦ ବି କଠୋର ହୁଏ ।।
ସେହି ପାଦର ପରଶ ଲାଗି ସତୀ ଅହଲ୍ୟା
ଯୁଗ ପରେ ଯୁଗ ଧ୍ଯାନେ ଅପେକ୍ଷାରତ ଥିଲେ,
କାମାନ୍ଧ ଇନ୍ଦ୍ରଦେବଙ୍କ ପାଇଁ ସେ ଶାପ ଗ୍ରସ୍ତ
ପ୍ରଭୁ ପାଦ ପରଶେ ଅଭିଶାପ ମୁକ୍ତ ହେଲେ ।।
ସେ ପଦ୍ମ ପାଦ ଅଗତିର ଗତି ଦୁଃଖ ନାସନ
ତାକୁ ହେୟ କରି ଶିରେ ବସିଲେ ଦୁର୍ଯ୍ୟୋଧନ,
ସେ ପାଦପଦ୍ମେ ବସି ଅର୍ଜୁନଙ୍କୁ ମିଳଇ ଆଶିଷ
ବିନା ଆଶିଷେ ଯୁଦ୍ଧେ ନାଶ ଗଲେ କୁରୁ କୁଳ ।।
ସେ ଅଳତା ଲଗା ପାଦ ବି ଦିନେ କଲା ଭ୍ରମ
ହରିଣୀ ଭାବି ସବର ସରାଘାତେ ନେଲା ପ୍ରାଣ,
ଗାନ୍ଧାରୀ ମାତାର ଅଭିଶାପ ପ୍ରଭୁ କଲେ ପ୍ରାପ୍ତ
କୁରୁକୁଳ ପରି ଯଦୁବଂଶ ହୋଇଥିଲା ଅବସାନ ।।
ଭକତ ରଙ୍କା ସେ ତ ଭାବ ବିନୋଦିଆ କଳାକାହ୍ନୁ
ଭକତ ମନ ରକ୍ଷାକରି ଗଧ ପାଦ ଧରିଥିଲେ ପ୍ରଭୁ,
ସେ ପଦାରବିନ୍ଦ ହେଉ ମୋ ମୁକ୍ତିର ପଥ ପ୍ରଦର୍ଶକ
ସେ ଚରଣ କମଳ ଧ୍ଯାୟୀ ତରି ଯାଏ ଭବସାଗରୁ ।
