STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ସାବିତ୍ରୀଙ୍କ ତାଗିଦ୍

ସାବିତ୍ରୀଙ୍କ ତାଗିଦ୍

2 mins
190


ସବିତ୍ରୀ ମୋର ତାଗିଦ୍ କରୁଛି

ମୋତେ ଆଣିଦିଅ ଦାମି ଶାଢ଼ୀ

ନହେଲେ ସାବିତ୍ରୀ ଅମାବାସ୍ୟା ଦିନ

ଘରେ କରିବି ମୁଁ ପାଟିରଡ଼ି।।


ପୃଥୁଳ ଶରୀର ଚାଲେ ଦୁଲୁ ଦୁଲୁ

ପାଦକୁ କଚାଡି ଥରକୁ ଥର

ତା କଥାରେ ଯଦି ହଁ ନ ମାରିବି

ସେଦିନ ମୁଣ୍ଡ ଫଟାଇବ ମୋର।।


ଆହୁରି କହିଲା ଫଳ ମୂଳ ସବୁ

ଭଲ ତାଜା ତାଜା ଦେଖି ଆଣିବ

ଯେତେ ଦର ହେଉ ସବୁକୁ ଆଣିବ

ଜମା କୃପଣତା ମନେ ନ ରଖିବ।।


ସହଳେ ସହଳେ ପେଣ୍ଟସାର୍ଟ ମାସ୍କ ପିନ୍ଧି  

ପକେଟେ ଧରିଲି ମୁଁ ଟଙ୍କା ଥଳିକି

ବଜାରକୁ ମୁହିଁ ବେଗେ ଚାଲିଗଲି

କପଡା ବ୍ୟାଗ୍ ହାତରେ ନେଇକି।।


ବଜାର ଭିତରେ ଲୋକଙ୍କର ଭିଡ଼

କାହାରି ନାହି କରୋନା ଭୟ

ସତ୍ୟବାନ ସବୁ ବଜାର କରନ୍ତି

ମନ ମୋର ସାବିତ୍ରୀ ପାଇଁ ଅଥୟ।।


କରୋନାର ଭୟ ପଛରେ ପକାଇ

ମାଡି ଚାଲିଲି ମୁଁ ଆଗକୁ

ବହୁତ କଷ୍ଟରେ ଲୁଗା ଦୋକାନରେ 

ପଶିଗଲି ଶାଢ଼ୀ ଗୋଟେ କିଣିବାକୁ।।


କହିଲି ଦୋକାନୀ ଶାଢ଼ୀଟିଏ ଦେଖା

ସାବିତ୍ରୀ ଘରେ ମୋ ଅଛି

ବାଛି ବାଛି ସିଏ ଦାମି ଶାଢ଼ୀଟିଏ

ଦେଲା ମୋ ହାତରେ ବାଛି ବାଛି।।


ଶାଢ଼ୀ ଦର ଦେଖି ହୋସ ଉଡିଲା

ମୁଣ୍ଡକୁ ହାତରେ ଦେଲି ଆଉଁସି

କମ୍ ଦରରେ ଶାଢ଼ୀ ନେଇ ଗଲେ

ସାବିତ୍ରୀ ଦବ ଯେ ମୋତେ କସି।।


ଯାହା କହୁ ପଛେ ସବୁ ମୁଁ ସହିବି

ଶସ୍ତା ଶାଢ଼ୀଟିଏ ଆଣିଲି

ଶାଢ଼ୀ ଦୋକାନରୁ ବାହାରିକି ମୁହିଁ

ଫଳ ଦୋକାନ ଆଡକୁ ଗଲି।।


ଫଳ ଦୋକାନରେ ଚଢା ଚଢି ଦର

ତଥାପି ଭାବିଲି ନେବି

ସେଓ ଅଙ୍ଗୁରୁ ନାସ୍ପତି ସପୁରୀ ଆମ୍ବ

କଦଳୀ ସବୁ ବ୍ୟାଗେ ଭରିବି।। 


ଛୋଟ ଛୋଟ ଦେଖି ଶସ୍ତାରେ କିଣିଲି

ଜମା ବ୍ୟାଗ ଭରିଲା ନାହିଁ

ଶଙ୍ଖା ଚୁଡ଼ି ପାଇଁ ଅଡର ଦେଇଛି

ସେଠିକି ଗଲି ମୁଁ ଧାଇଁ ଧାଇଁ।।


ଶଙ୍ଖା ଚୁଡ଼ି ସାଥେ ଅଳତା ସିନ୍ଦୁର

ନାଲି ନେଳି ନେଲ୍ପଲିସି ନେଲି

ଟଙ୍କା ଥଳିଟିକୁ ଖୋଲିକି ଦେଖିଲି

କହିଲି ବୋଉ ମୁଁ ଏଥର ମଲି।।


ଯାହା ନେଇ ଥିଲି ସବୁ ଖାଲି ହେଲା

ଘରକୁ ମୁଁ ଫେରି ଆସିଲି

ହସ ହସ ମୁହେଁ ସାବିତ୍ରୀ ହାତରେ

ଥଳି ଟିକୁ ମୁହିଁ ଟେକି ଦେଲି।।


ଅଜାଡି ଦେଇକି ସବୁ ଦେଖି ଦେଇ

ମୁହଁ ମୋଡି ଦେଲା ମୋତେ

କହିଲା କପାଳ ମୋର ଫଟା ବୋଲି

ବାପା ଦେଇଛନ୍ତି ତୁମ ହାତେ।।


ସାବିତ୍ରୀ ହୋଇବି ପୂଜାବି କରିବି

ଜାଣି ଥାଅ ସତ୍ୟବାନ୍ ତମେ ଏତିକି

ଦେଖେଇ ହେବିନି ତୁମ ପାଦ ତଳେ

ଠିଆରେ ହାତ ମୁଁ ଯୋଡିକି।।


ଯେମିତି ଦେବତା ସେମିତିକା ପୂଜା

ବରଷ ବରଷ ଧରି କରିବିଟି

ଶସ୍ତାରେ ଜିନିଷ ଆଣି ଦେଲ ବୋଲି

ନମସ୍କାର ମୋର ନେବ ଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract