ରଙ୍ଗ ର ଖେଳ ................
ରଙ୍ଗ ର ଖେଳ ................
ଆରେ ରେ ରେ ଦେଖଗୋ ମିତ,
ରଙ୍ଗ ରଙ୍ଗିଆ ଏ ଖେଳ ର ନାଟ ,
କେତେ କେତେ ରଙ୍ଗେ ଆଜି ସବୁ ତ ମତ୍ତ ,
କିଏ ଖେଳେ ଫଗୁ ସଙ୍ଗେ ଉଡାଏ ତା ରଙ୍ଗ ତ ,
କିଏ ମାରେ ପିଚକାରୀ ଭିଜେ କାହା ପଣତ ,
କାହା ବଦନ ନାଲି ରଙ୍ଗେ ରଂଗିଛି ଦେଖ ତ ,
କଳା ରଙ୍ଗ ବୋଳା ମୁହଁ କାହାର ଦେଖେ ବଲ ବଲ ହୋଇ ତ ,
କାହା ଶୁଭ୍ର ଅଙ୍ଗ ବସ୍ତ୍ର ଆଜି ଭିନ୍ନ ଭିନ୍ନ ରଙ୍ଗେ ରଂଗିଛି ତ ,
ନୀଳ ବାଇଗଣୀ ହଳଦୀ ସବୁଜ ସବୁ ମିଶି ଦିଅନ୍ତି ସୁନ୍ଦର ଦୃଶ୍ୟପଟ ,
ଏ ତ ଅଟେ ହୋଲି ମିତ ରଙ୍ଗ ର ଖେଳ ଆଜି ଦେଖୁଛି ଏ ନେତ,
ଲାଗେ ସବୁ ଏକାକାର ହୋଇ ନାଚି ଗାଆନ୍ତି କେତେ ଗୀତ ..............
ଦଶ ମାସ ପାଞ୍ଚ ଋତୁ ପରେ ଏବେ ଆସିଛି ଏ ଫାଲ୍ଗୁନ ,
କେତେ ପୀଡା କେତେ କଷ୍ଟ ସହିଛି ଏ ଜୀବ ଜୀବନ ,
ଗ୍ରୀଷ୍ମ ର ପ୍ରହାର ଅସହ୍ୟ ,ସେ ତ ବଡ଼ ଅଟଇ ଦାରୁଣ ,
ବର୍ଷା ଆସି ଧାରା ଶ୍ରାବଣେ କଲା ଏ ଧରାକୁ ଜଳମଗ୍ନ ,
ହା ହା କାରେ କମ୍ପିଲା ମେଦିନି ନଷ୍ଟ ହେଲା ସବୁ ଅନ୍ନ ,
ସବୁଜିମା ହେଲା ଶୁଖି କଳା ହେଲା ଏ ସଂସାର ଶ୍ରୀହୀନ ,
ମାନବ ଶରୀର ହେଲା ହଳଦିଆ ହୋଇ ରକ୍ତହୀନ ,
କେତେ କେତେ ମାଟି ନାଲି ରଙ୍ଗ ରକ୍ତେ ଭିଜିଲା ଦେଖିଚି ନୟନ ,
ଗଛ ଲତା ଶୁଖି ଡାଙ୍ଗ ହେଲେ ଲାଗିଲା ବାଇଗଣୀ ରଙ୍ଗ ସମ ,
ଶୁଭ୍ର ପର୍ବତ ସେ ତ ଝରି ବହିଗଲା କିଛି ଅସ୍ତିତ୍ବ ତାର ହେଲା କ୍ଷୁର୍ଣ୍ଣ ,
ଏ ତ ଥିଲା ପ୍ରକୃତି ର ରଙ୍ଗ ର ଖେଳ ଥିଲା ତ ଏ ସମ୍ପୂର୍ଣ ଭିନ୍ନ ..........
ସତ୍ୟ ବହୁ ଦିନ ପରେ ଆସିଛି ଫାଲ୍ଗୁନ ମନ ନ ହୁଏ ଆୟତ୍ତ ,
ସେ ତ ଅଟେ ଅଂଶ ଏକ କହନ୍ତି ଆମ ଦେଖ ଋତୁରାଜ ବସନ୍ତ ,
ପ୍ରକୃତି ର ଯେତେ ସବୁ ଖେଳ ସବୁର ଏବେ ହୋଇବ ତ ଅନ୍ତ,
ଦୁଃଖ କଷ୍ଟ ପାପ ଯେତେ ସବୁ ଆଜି ହୋଲି ର ରଙ୍ଗେ ହେବେ ବିଲୁପ୍ତ ,
ସବୁଜିମା ହେବ ଏ ଧରଣୀ ଲାଗିବ ଜୀବ ଜୀବନ ସବୁ ହେଲେ ଯେ ଜୀବନ୍ତ ,
ନଦୀ ନାଳ ଝରଣା ରୁ ବହିବ ଜଳ ର ଧାରା କରିବ ସମସ୍ତଙ୍କୁ ଶାନ୍ତ ,
ଗଛ ଲତା ସବୁ ଯେ ଧରିବେ ପତ୍ର ଫୁଲ ଫଳ, ତାଙ୍କ ଦୁର୍ଦଶା ର ହେବ ଅନ୍ତ ,
ଏ ତ ସବୁ ଲୀଳା ଖେଳା କରି କରାଉଛି ସେ ତ ସ୍ରଷ୍ଟା ସେ ତ ଅନନ୍ତ ,
ଏବେ ଆଜି ହୋଲି ବୋଲି ନାମ ଦେଇ ସଭିଙ୍କୁ ଏକାଠି କରିଛି ସେ ଆୟତ୍ତ ,
ନାଲି ନେଲି ବାଇଗଣୀ ସବୁଜ ସଙ୍ଗେ ସୁନେଲି ଓ ରୂପେଲି ସୋଭିଛି ସତ ,
କଳା ଧଳା ହଳଦୀ ନାରଙ୍ଗୀ ସବୁ ରଙ୍ଗ ର ଖେଳ ଏ ତ ଅଟେ ବିଶ୍ୱ ବିଖ୍ୟାତ .............
ସବୁ ଆଜି ନାଚି ନାଚି ଝୁମି ଝୁମି କେତେ ରଙ୍ଗେ କରନ୍ତି ଖେଳ ,
ବଡ ସାନ ସବୁ ମିଶି ଖେଳନ୍ତି ଏ ତ ଅଟେ ଆନନ୍ଦ ର ବେଳ ,
ଧନୀ ନିର୍ଦ୍ଧନୀ ଧର୍ମୀ ଅଧର୍ମୀ ସବୁ ଆଜି ଏକ ସଙ୍ଗେ କରନ୍ତି ଖେଳ ,
ଆଜି ତ ସବୁ ଦୁଃଖ କଷ୍ଟ ଭୁଲି ଏକ ସଙ୍ଗେ ମିଶିବାର ବେଳ ,
ପବନ ଯେ ଖୁସି ଖୁସି ଉଡାଏ ଫଗୁ କୁ ଦେଖୁଛି ଯେ କାଳ ,
ସେ ବି ଆଜି ହାରିଛି ଦେଖି ୱ ସୁନ୍ଦର ରଙ୍ଗ ର ଖେଳ ,
ସବୁ ଆଜି ଆନନ୍ଦେ ବିଭୋର ମନ ମତୁଆଲା ହେବାର ବେଳ ,
କିଏ ଗାଏ କିଏ ନାଚେ ପୁଣି କିଏ କରେ ସଭିଙ୍କୁ ରଙ୍ଗମୟ ,
ଏ ତ ଆରେ ବନ୍ଧୁ ରଙ୍ଗୀନ ଆଜି ଦୁନିୟା ଏ ତ ହୋଲି ର ଖେଳ ,
କିଏ ବାଣ୍ଟେ ମିଠାଈ କିଏ ନାଚି ନାଚି ଦେଖାଏ ତାର ଖେଳ ,
ଏ ତ ସବୁ ଅଟେ ଆଜି ଫାଲ୍ଗୁନେ ଏ ରଙ୍ଗ ର ଖେଳ
