Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy Action Inspirational

3  

Trushna Das

Tragedy Action Inspirational

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

2 mins
203


ଚାଳିଛି ଏବେ ଯୁଦ୍ଧ 

   ସମଗ୍ର ବିଶ୍ୱ ଏବେ ବ୍ୟସ୍ତ ବିବ୍ରତ 

ଏ ଯେ ଜୀବନର ସଂଗ୍ରାମ 

   କୋରୋନା କରିଛି ସରା ବିଶ୍ୱକୁ ଗ୍ରାସ । 


ଏ ଯେ ଜୀବନ ଯୁଦ୍ଧ 

   ସୃଷ୍ଟି ହୋଇଛି ଚୀନରେ 

ହେଲେ ବ୍ୟାପି ଗଲା ସବୁଆଡେ

   ବୈଜ୍ଞାନିକମାନେ ସତ ଚେଷ୍ଟା କରି ମଧ୍ୟ ସମ୍ପୂର୍ଣ୍ଣ ଭାବେ ହୋଇ ନାହାଁନ୍ତି ସଫଳ । 


କୋରୋନା କେତେ ଯେ 

   ଜୀବନକୁ ନେଲାଣି ଏ ଯାଏଁ 

ହିସାବ ନେଲେ ଛାତି ଥରି ଯାଏ ଭୟରେ

   ମହାମାରୀ ରୂପ କେତେ ଯେ ଭୟଙ୍କର ହୋଇ ପାରେ ଦେଖାଉଛି ସେ ଏବେ।


କୋରନା ଏମିତି ଏକ ମହାମାରୀ 

   ସମଗ୍ର ବିଶ୍ବରେ ସୃଷ୍ଟି କରିଛି ହଇଚଇ 

ମୃତ୍ୟୁର ତାଣ୍ଡବଲୀଳା ଦେଖି 

   ଆଜି ଭୟଭୀତ ହୋଇଛି ସମଗ୍ର ମାନବ ଜାତି।


ଏ ଜୀବନ ଯୁଦ୍ଧର 

   ଲକ୍ଷଣ ଅନେକ

ଆପଣା ଲୋକଙ୍କୁ କରୁଛି ଦୂର

   ସବୁ ଯେ ଆଜି ଭୟଭୀତ। 


କୋରୋନା ସଂକ୍ରମିତ ଚାଳିଛି ବଢି

   ଲୋକ ଡାଉନ କି ସୋଟ୍ ଡାଉନ

କିଛି ଆଉ କାମ କରୁ ନାହିଁ 

   ଏହା ସମସ୍ତଙ୍କର ଚିନ୍ତାର କାରଣ ହୋଇଛି ଆଜି।


ଭ୍ୟାକ୍ସିନ୍ ବାହାରିଲା ବେଳକୁ 

   କୋରୋନା ବଦଳାଉଛି ନିଜ ରୂପ ଦିନକୁ ଦିନ 

ଭ୍ୟାକ୍ସିନ୍ ବି ସବୁବେଳେ ସଫଳ ହେବ ନାହିଁ 

   ଏହା ଚିନ୍ତାର କାରଣ ହୋଇଛି ସମସ୍ତଙ୍କର।


ଡାକ୍ତର, ନିଉଜ ରିପୋର୍ଟର, ପୋଲିସ 

   ସାଜିଛନ୍ତି ଆଜି କୋରୋନା ଯୋଦ୍ଧା 

ନିଜ ଜୀବନକୁ ଲଗାଇ ବାଜି

   କରୁଛନ୍ତି ନିଜ କର୍ତ୍ତବ୍ୟ ଭୁଲି ନିଜ ପରିବାରକୁ ଓ ସମସ୍ତ ମହମାୟାକୁ।


ଚାରିଆଡ଼େ ଅକ୍ସିଜେନ ଅଭାବ

   ମିଳୁ ନାହିଁ ସିଟ୍ ହସ୍ପିଟାଲରେ ଆଉ

ଶ୍ମଶାନରେ ଲାଗିଛି ଶବ ମାଳ ମାଳ ହୋଇ 

   ଛାତିକୁ ଥରାଇ ଦେଉଛି ଏହି କରୁଣ ଦୃଶ୍ୟ।


କୋରୋନାରେ କେହି ଗଲେ ମରି

   ନିଜ ଲୋକ ପାରନ୍ତି ନାହିଁ ଛୁଇଁ କି ଦର୍ଶନ କରି

ଅନ୍ତିମ ସଂସ୍କାର କରନ୍ତି ସେବାୟତ କର୍ମଚାରୀ

   ନିଜ ଲୋକଙ୍କୁ କରୁଛି ପର.... ଏହା ଯେ କିପରି ପରିସ୍ଥିତି।


କୋରୋନା ଭାଇରସ୍

   କରେ ନାହିଁ ବାଛ ବିଚାର 

ତା ପାଇଁ ସମସ୍ତେ ସମାନ

   ଧନୀ ଗରିବ,ଆବାଳ, ବୃଦ୍ଧ ବନିତା,ସ୍ତ୍ରୀ ପୁରୁଷ ସମସ୍ତଙ୍କୁ କରେ ଗ୍ରାସ।


କୋରୋନା ସମଗ୍ର ବିଶ୍ବରେ 

   ଆର୍ଥିକ ଅବସ୍ଥାକୁ ହଇଚଇ କରି

ଲୋକଙ୍କ ରୋଜଗାର ନେଇଛି ଛଡେଇ

   ଆତ୍ମହତ୍ୟା କରିଛନ୍ତି ବହୁ ଲୋକ ଖାଇବାକୁ ନ ପାଇ।


ଅହଃ ଏ କୋରୋନାର ପ୍ରଭାବ

   କେତେ ଯେ ପରିବାରକୁ କରିଛି ଛାରଖାର 

ଲୋକଙ୍କ ଆଖିରୁ ଶୁଖୁ ନାହିଁ ଲୁହର ଧାର

   କାହାରି ବି ଆଉ ନାହିଁ ଆଜି ଧର୍ଯ୍ୟ।


କୋରୋନାର ମୃତ୍ୟୁର ତାଣ୍ଡବଲୀଳା 

   ବିଶ୍ୱର ଇତିହାସରେ ହେଲା ଲେଖା

କୋରୋନା ଯୋଦ୍ଧାଙ୍କ ଆଖିରୁ ନିଦ ହଜାଇଲା

   ତଥାପି ସବୁ ହୋଇ ଏକତ୍ର କରୁଛନ୍ତି ଏହାର ମୁକାବଲା।


କୋରାନାର ମୃତ୍ୟୁର ଖେଳ ଦେଖି 

   ଘରମୁହାଁ ହେଲେ ଆଜି ପ୍ରବାସୀ 

ନାନା ଅସୁବିଧାର ସମ୍ମୁଖୀନ କରି 

   କିଏ ହେଉଛି ତ ସଫଳ ପୁଣି କିଏ ଶେଷରେ ଜୀବନ ଦେଉଛି ହାରି। 


କୋରୋନା ମାନୁ ନାହିଁ 

   ଶୀତ, ଖରା, ବର୍ଷା କିଛି 

ତାର କାୟାର ବିସ୍ତାର ଚାଳିଛି ବଢି

   ଲୋକମାନେ ସଂକ୍ରମିତ ହୋଇ ମରୁଛନ୍ତି ପୋକମାଛି ପରି।


କୋରୋନା ଯୋଗୁଁ ପିଲାମାନଙ୍କ ପାଠପଢା

    ହୋଇଛି ପ୍ରଭାବିତ ପୁରା

ହୋଇ ପାରି ନାହିଁ ସେମାନଙ୍କ ପାଠ ପଢା କି ପରୀକ୍ଷା

   ପୁଣି କେତେ ଯେ ଶିକ୍ଷକ ଶିକ୍ଷୟତ୍ରୀ ନିଜ କର୍ତ୍ତବ୍ୟ କରିବାକୁ ଯାଇ ହରାଇଲେ ନିଜ ଜୀବନ ପରା।


କୋରୋନା ବଢାଉଛି ପରା

   ସମସ୍ତଙ୍କ ମାନସିକ ଦୁଶ୍ଚିନ୍ତା

ବୁଝାଇ ଦେଲା ଜୀବନର ମୂଲ୍ୟ 

   ଲୋକେ ହୋଇ ଗଲେ ସଜାଗ ।


ଏହି ମହାମାରୀର ସମୟ

   ସମଗ୍ର ବିଶ୍ୱ ହୋଇଛି ଆଜି ଏକତ୍ର

ଭୁଲି ଯାଇ ନିଜ ଶତୃତା ଆଜି ହୋଇଛି ମିତ୍ର

   ବଢାଇଛନ୍ତି ସମସ୍ତେ ଆଜି ସହୟତାର ହାତ।


ସରକାର ସମସ୍ତଙ୍କୁ ଅନୁରୋଧ 

   ଏହା ଯେ ସମଗ୍ର ମାନବ ଜାତିର ଯୁଦ୍ଧ 

ହୁଅନ୍ତୁ ସବୁ ସଚେତନ 

   ଆସିଛି ସମୟ ହେବାର ଏକତ୍ର

ମାସ୍କ ପିନ୍ଧି ପରସ୍ପର ଠାରୁ ରୁହନ୍ତୁ ଦୂରେଇ

   ସେନିଟାଇଜର କରିଲେ ନିତି

ଗରମ ପାଣିର ଭାଫ ନେଲେ ସମସ୍ତେ ସଦା

   ଆବଶ୍ୟକ ନ ଥିଲେ ଘରୁ ନ ବାହାରି ନିଜକୁ କରନ୍ତୁ ସୁରକ୍ଷା 

ଭ୍ୟାକ୍ସିନ୍ ନେଇ ଘରେ ରହିଲେ ସତର୍କ ହୋଇ 

   ନିଶ୍ଚିତ ଯିବ କୋରୋନା ଦୂରେଇ । 


ଏଣୁ ଏତିକି କରୁଛି ମୁଁ ସମସ୍ତଙ୍କୁ ଅନୁରୋଧ 

    ମାନିବା ଆମେ କୋରୋନାର ସବୁ ନୀତି ନିୟମ 

ଆମେ ସବୁ ହୋଇ ଏକତ୍ର ଆଉ ସଚେତନ

    କୋରନାର କରିବା ମୁକାବିଲା ହୋଇ ସଜାଗ

ଚାଲନ୍ତୁ ହୋଇବା ଏ ଜୀବନ ଯୁଦ୍ଧରେ ବିଜୟ

   ଦେଖିବେ ଆମ ପଦକ୍ଷେପରେ ଖୁବ ଶୀଘ୍ର ହାରିବ କୋରୋନା ।


Rate this content
Log in

Similar oriya poem from Tragedy