STORYMIRROR

Lokanath Rath

Tragedy Action Classics

3  

Lokanath Rath

Tragedy Action Classics

ଅପବାଦ ........

ଅପବାଦ ........

2 mins
277


ବହୁଦିନ ପରେ ଆଜି ତାକୁ ଏକା ଏକା ଦେଖିଲି ,

ଭାବିଲି ପାଶେ ଯାଇ ,ତାକୁ ମୁଁ ପଚାରିବି ବୋଲି |


ରହିଗଲି ଟିକେ ଭାବି ,ଯଦି ମୋତେ ଚିହ୍ନି ନପାରିବ ,

ଏତେ ବର୍ଷ ପରେ ପୁଣି ଅଯଥାରେ ଅପବାଦ ଦେବ !


ଭାବୁ ଭାବୁ ଫେରିଗଲି ,ଅତୀତର ସେହି ଅଧୁରା କାହାଣୀକୁ ,

ଏବେବି ପାରି ନାହିଁ ଭୁଲି ,ସେହି ଆମ ସମ୍ପର୍କକୁ |


 ମନେପଡେ ସବୁ ଆମର ସେହି ପ୍ରଥମ ଦେଖାର କଥା ,

ନଇଁ ନଇଁ ଚାଲୁ ଚାଲୁ ସିଏ ,ନଉଁଥିଲା ମଥା |


ଅଜାଣତରେ ସିଏ ମୋତେ ଦେଇଥିଲା ଏକ ଶକ୍ତ ଧକ୍କା ,

ଅପ୍ରସ୍ତୁତ ହୋଇ ,ପାଲଟି ଯାଇଥିଲି ମୁଁ ବଡ଼ ବୋକା |


ଧୀରେ ଧୀରେ କହିଲା ସିଏ ,ଦୟାକରି କ୍ଷମା କରିଦେବେ ,

ଅଜାଣତରେ ବାଜିଗଲା ,ଯାଉ ଯାଉ ଶ୍ରେଣୀ କକ୍ଷକୁ ବେଗେ |


ତାକୁ ଦେଖି ,ତାଠାରେ ମୋର ଆଖି ,ଯାଇଥିଲା ଲାଖି ,

ଚମକି ଉଠି କହିଲି ,ଠିକଅଛି ,ଚାଲ ଟିକେ ଦେଖି |


ହସିଦେଇ ସିଏ ଚାଲିଗଲା ,ମନ ମୋର ନେଲା କିଣି ,

ସାହାସେ କିଛି ଥର ଭେଟିଲି ତାକୁ ମୁଁ ଜାଣିଜାଣି |


ଏମିତି ଭେଟୁ ଭେଟୁ ,କେମିତି କେଜାଣି ହୋଇଗଲା ପ୍ରେମ ,

ଭାବିଲେ ଏବେବି ଡର ଲାଗେ ,ସିଏ ଥିଲା ଭ୍ରମ |


ଆମର ସେହି ଭାବ ଦିଆ ନିଆରେ,ନଥିଲା ସ୍ୱାର୍ଥ ,

କିନ୍ତୁ ,କିଛି ଅପବାଦ ଦେଲେ ,ନବୁଝି କିଛି ଅର୍ଥ |


ତଥାପି କହିଥିଲା ମୋତେ ସିଏ ,ରହିବ ନିଜର ହୋଇ ,

ସୁନ୍ଦର ସଂସାର ଗଢିବା ଆମେ ,ଏହି ଦୁନିଆରେ ରହି|


କିନ୍ତୁ ଭାଙ୍ଗିଗଲା ସବୁ ସ୍ବପ୍ନ ,ଅଧୁରା ହେଲା କାହାଣୀ ,

ଅପବାଦ ସତ୍ୟ ହେଲା ,ସତ୍ୟ ହେଲା ସଭିଙ୍କ ବାଣୀ |


ତାର ଆଭିଜାତ୍ୟ ତାକୁ କାବୁ କରି ସାଥିରେ ରହିଲା ,

ମିଥ୍ୟା ଅପବାଦ ଦେଇ ,ମୋତେ ସିଏ ଛାଡି ଚାଲିଗଲା |


ଦୁଃଖ ନାହିଁ ମୋର ,ସେହି ମିଥ୍ୟା ଅପବାଦ ପାଇଁ ,

ଦୁଃଖ ଖାଲି ଏତିକି ,ସିଏ ମୋତେ ଚିହ୍ନିଲା ନାହିଁ |


ଅପବାଦ ଦେଇ ଭାଙ୍ଗିଲା ସିଏ ସ୍ୱପ୍ନର ଆମ ସଂସାର ,

ଅନ୍ୟକୁ ସାଥି କରି ସିଏ ,ମୋତେ କରିଦେଲା ପର |


ସେହି ଅପବାଦର ବାଦଲରେ, ହଜିଗଲା ସବୁ ତାର ପ୍ରତିଶୃତି,

ସେହି ମନ ଦିଆ ନିଆ ,ଆଉ ପ୍ରଣୟ ପୀରତି |


ଭୁଲିବାକୁ ଚେଷ୍ଟା କରି ,ଭୁଲି ପାରୁନାହିଁ ସେହି ଅପବାଦ ,

କିଏ ସୃଷ୍ଟି କରିଥିଲା ,ଆମ ମଧ୍ୟେ ପ୍ରେମର ବିଚ୍ଛେଦ ?


ହଟାତ ଶୁଣି ମୋର ନିକଟରୁ ,ଏବେ ତାହାର ସ୍ୱର ,

ଦେଖିଲି ମୁଖରେ ତାହାର ପାସ୍ଚାତାପର ଚିହ୍ନ ,ବୋଧେ ଅପବାଦର |


କିନ୍ତୁ ,ନିକଟରୁ ଦେଖି ବୁଝିଲି ,ହୋଇଛି ସିଏ ବିଧବା ,

ଭୁଲିଗଲି ,ଅପବାଦରେ ମୋର ସେହି ସବୁ ଅପମାନିତ ହେବା |


ମତେ ଚାହିଁ ଲୁହଭରା ,ବେଦନାସିକ୍ତ ତାର କୋମଳ ନୟନରେ ,

ଚାଲିଗଲା ସଙ୍ଗେ ନେଇ ସବୁ ଅପବାଦ ,ତାହାରି ସାଥିରେ |



Rate this content
Log in

Similar oriya poem from Tragedy