STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅଭାବ କଷଣ

ଅଭାବ କଷଣ

1 min
216

ଅଭାବ କଷଣ ଆସିବ ଜୀବନେ ଏହା ବିଧାତାର ଦାନ ଧର୍ଯ୍ୟ ରଖି ଯିଏ ଆଗକୁ ବଢଇ ପାଏ ସ୍ଵାଦ ଚିର ଦିନ। ଜୀବନ ନୁହଇଁ ଗୋଲାପର ଶେଯ ସପନ ବଣିକ ହାଟ ଜୀବନର ମାନ ଅତିବ ମହାନ ଧୀରେ ଖଣ୍ଡେ ସବୁ ରିଷ୍ଟ। କରମ ବଳରେ ପରିପୂର୍ଣ୍ଣ ହୁଏ ମନର ଭାବନା ଯାହା ପରହିତେ ଯିଏ ସମର୍ପିତ ହୁଏ ସାହା ତାରେ ଚଉବାହା। କରମ ଗଢଇ ମଣିଷଙ୍କ ଭାଗ୍ୟ ଭାଗ୍ୟ ବିଧାତା ର ଡୋର ଏ କଥା ସୁମରି କର୍ତ୍ତବ୍ୟ କରିଲେ ଦୁଃଖ ହୋଇ ଯାଏ ଦୂର। କରମ ପଥରେ ଜଗନ୍ନାଥ ସ୍ଵାମୀ ଦେଖାନ୍ତି ନୂତନ ଦିଶା ତାଙ୍କ ପାଇଁ ପରା ସବୁଯେ ସମ୍ଭବ ରଖ ତାଙ୍କ ଠିି ଭରଷା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action