ଅସ୍ତିତ୍ଵର ଲଢେଇ
ଅସ୍ତିତ୍ଵର ଲଢେଇ
ନିଜକୁ ନିଜେ ଖୋଜେ ସମ୍ପର୍କର ଭିଡ଼ ଭିତରେ
ଅସ୍ତିତ୍ବ ମୋ ହାରିଛି ଛଳନାର ବାଲିଘରେ
ବଞ୍ଚିଛି, ଜୀବନ ଅଛି ବୋଲି
ନହେଲେ ଜୀଅନ୍ତା ଶବଟେ ମୁଁ ଯନ୍ତ୍ରଣାର ଜଉଘରେ ।
ଅପେକ୍ଷାର ଅନ୍ତ ନାହିଁ ଦରପୋଡା ମନ ପାଇଁ
ସମୟର ସୁଅରେ ଭାସୁଛି ନା ହାତଗୋଡ଼ ମାରୁଛି
ଦଲକାଏ ପବନ ହୃଦୟ ଥରାଏ
ଦିକିଦିକି ଜଳେ ଆଶାର ଦୀପ ଜୀବନ ହାଇ ମାରୁଛି ।।
ଅସରନ୍ତି ସପନ ସପନରେ ରହି ଆଖିବୁଜେ
ମରୀଚିକା ପଛେ ଧାଉଁଚି ନିତ୍ୟ ସହଜେ
ଚ୍ୟୁତବନେ କୋଇଲି ଡାକ ପରି
ଅନ୍ତରରୁ କେହି ଜଣେ ଗରଜେ ।
ଋତୁ ଯାଏ ଋତୁ ଆସେ ବସନ୍ତ ବୈଶାଖ
ବରଷି ବରଷି ଥକେ ନୟନୁ ଲୋତକ
ଜୀବନ ହାଟରୁ ସଉଦା ସରୁଛି
ଅସ୍ତିତ୍ବ ଜାହିର କରି ହାରୁଛି ସମ୍ପର୍କ ।।