STORYMIRROR

Rajendra Kumar Senapati

Inspirational

3  

Rajendra Kumar Senapati

Inspirational

ଅସ୍ତିତ୍ୱ ନିଜର

ଅସ୍ତିତ୍ୱ ନିଜର

1 min
207

ହେ ଈଶ୍ଵର ତୁମକୁ କିଛି ପଚାରୁ ଅଛି 

ସବୁଠିଁ ତୋ ଅସ୍ତିତ୍ୱ ଅନୁଭବ କରୁଛି ।


ଏହି ବିଶାଳ ମାୟା ସଂସାରର ମଧ୍ୟରେ 

ମୋର ଅସ୍ତିତ୍ୱ ସୀମିତ କ୍ଷୁଦ୍ର ନିଃଶ୍ଵାସରେ। 


ସେ ଶ୍ଵାସ ସମୟର ସାମୟିକ ବନ୍ଧନେ 

ତାର ସ୍ଥାୟିତ୍ଵ କିଛି ନଥାଏ ଏ ସଂସାରେ।


ଶୂନ୍ୟରୁ ଆସିଣ ଶୂନ୍ୟରେ ହେବି ବିଲୟ

ପଞ୍ଚଭୁତେ ସୃଷ୍ଟି ହୋଇ ବିଲୀନ ହୋଇବ।


ସମୟ ତାହାର ଘଟ ସୁତ୍ର କରୁ ଥାଇ 

କେବେ କଣ ଘଟିବ କିଏ ପାରେନା କହି।


ମୋ ପରିଚୟ ସମ୍ବନ୍ଧେ ଜାଣିବାକୁ ମୋର

ବହୁତ ଉତ୍କଣ୍ଠା ହୁଏ ମନରେ ମୋହର।


କେଉଁଠି ଆସିଛି ପୁଣି କେଉଁଠି କି ଯିବି

ଏହି କଥା ଭାବି ମନରେ ହେଉଛି ଧନ୍ଦି।


ପିଣ୍ଡରେ ଯେବେ ମୋର ପ୍ରାଣ ସଞ୍ଚାର ହେଲା 

ବଞ୍ଚିବା ପାଇଁ ମୋ କର୍ମ ଆରମ୍ଭ ହୋଇଲା।


ମୁଁ ଓ ସଂସାର ମଧ୍ୟେ ସମ୍ପର୍କ ଗାଢ଼ ହେଲା 

ପରିବାର ସାଥେ ମୋର ଜୀବନ କଟିଲା।


ସଭିଙ୍କ ମଧ୍ୟେ ବଢିଲା ସମ୍ପର୍କ ଆଦର

ସୁଖରେ ମୁଁ ହୋଇଗଲି ଅତ୍ୟନ୍ତ ବିଭୋର।


ଶକ୍ତି ଅନୁସାରେ କର୍ମ କଲି ଆନନ୍ଦରେ 

କଟିଗଲା ମୋ ଦିନ ବହୁ ହସ ଖୁସିରେ।


ସାଙ୍ଗ ସାଥିଠାରୁ ବନ୍ଧୁ ବର୍ଗ ପ୍ରିୟଜନ 

ସଭିଙ୍କ ସହିତ କରେ ଭାବ ବିନିମୟ।


ଦୁଃଖ ସୁଖର ସହିତ ଦିନ ବିତେ ମୋର

ବାସ୍ତବରେ 'ମୁଁ' କିଏ ଭାବୁଛି ନିରନ୍ତର।


ଦୁନିଆଁର ମିଛ ମାୟା ବନ୍ଧନରେ ପଡି

ଜୀବନ ପଥର ମୁହିଁ ବାଟ ଯାଉଅଛି ହୁଡି।


ଗର୍ବ ଅହଙ୍କାର ବଳେ ଦେଖାଏ ଦାମ୍ଭିକ 

ସୁପଥ ଛାଡ଼ି କୁପଥେ ହୁଏ ଅଗ୍ରସର ।


ସତ୍ ପଥେ କୁ ମୁଁ ଦିଏ ନାହିଁ କେବେ ଧ୍ୟାନ

ବୟସ ତାଡ଼ନାରେ ହୋଇଥାଏ ଅଜ୍ଞାନ।


ସଂସାର ଜଞ୍ଜାଳରେ ବିତି ଯାଏ ସବୁ ଦିନ

ଦିବ୍ୟ ଚେତନା ଭୁଲି ହରାଏ ଆତ୍ମଜ୍ଞାନ ।


କର୍ମ ଅନୁଯାୟୀ ଭୋଗୁଛି ମୁଁ କର୍ମଫଳ

ସମୟ ସରିଲେ ଚାଲିଯାଏ ନିଜ ସ୍ଥଳ।

ହେ ଇଶ୍ଵର ତୁମକୁ ମୁଁ କରେ ନିବେଦନ

ସତ୍ ପଥେ ନେଇ ଦିଅ ଦିବ୍ୟ ବୁଦ୍ଧି ଜ୍ଞାନ। 



Rate this content
Log in

Similar oriya poem from Inspirational