Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Others

3  

Chinmaya Nayak

Abstract Others

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
166


 ଭାବନାର ଡେଣା ନେଇ ଉଡାଣ ଭରେ

 ଅନ୍ତହୀନ ନୀଳାଭ ଆକାଶେ ଦିଗନ୍ତ ବିସ୍ତାରୀ

କିଛି ଶୋଚନା, କିଛି ବାହାନାରେ

ସୁର ବିନା ସଙ୍ଗୀତ ଯେପରି., l 

ଭାବରୁ ଭାବନା

ଅଭାବର ଲେସ ନାହିଁ

ଭାବନାର ଦୁନିଆରେ.,

ଭାବନା ମୋ ଅନ୍ତହୀନ 

ଅସୀମ ମୋ ଭାବନାର ରାଜ୍ୟେ 

ଦୂରତାକୁ ମାପିବାରେ.. I 

ଅଦୃଶ୍ୟ ତା'ର ଲେଖନୀ ମୁନରେ 

ଆହ୍ଵାନର ନୂତନ ଭାଷା., 

ଅସ୍ଥିର ଭାବନାରେ ପୁଣି ନୂଆ ପୃଥିବୀରେ 

ଉଚ୍ଚତର ଏକ ଆଶା l 

ଅଶାନ୍ତ ସାଗରେ ଧୈର୍ଯ୍ୟ ନଉକା 

ବାହିବାର ସାହାସରେ 

ପ୍ରସ୍ତୁତ ହୁଏ ଆସିବାକୁ ଶୀଘ୍ର 

ଏ ଧରା ତୁମ ଅପେକ୍ଷାରେ l 


  


Rate this content
Log in

Similar oriya poem from Abstract