Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Tragedy

2  

Ram Prasad Bisoi

Tragedy

ଅସ୍ଥାୟି ବ୍ୟବସ୍ଥା ଓ ଅବସ୍ଥା !

ଅସ୍ଥାୟି ବ୍ୟବସ୍ଥା ଓ ଅବସ୍ଥା !

1 min
7.1K


କଣ  ବା କହିବି,

କହିବାକୁ କିଛି ବାକି ଅଛି କି ? 

କୁହ -

କେତେବେଳେ 

ପଶ୍ଚିମା ପବନ ଭଳି ଆସ

କୁହ -

ମୁଁ ଏକା ତୁମର,

ସାରା ଦୁନିଆ ବୁଲି ଦେଖିଲି ପାଇଲି ନାହିଁ, ତୁମ ଭଳି ଜଣେ ପ୍ରେମିକ,

ମୋ ଲାଗି 

ତୁମେ ଆଜି ବି ଏକ ଅଛିଣ୍ଡା ବୀଜଗଣିତ----------!

ଡାକେ ମୋ ଆତ୍ମା, ତୁମେ କେବେ ଶୁଣନି,

ଅସମୟରେ ଆସି 

ଦିଅ ହଜାରେ 

କୈଫିୟତ

କେତେବେଳେ ରାଗି ଯାଅ, 

ଢେର ଅଭିମାନ ବି କର

କୁହ - 

ସୁନା ମୋର 

କବି ଜୟଦେବ,

କ'ଣମ ଲେଖିବନି ମୋ ଲାଗି ଆଜି କବିତା,

ମୁଁ କହେ -

ନିତି ତ ଲେଖୁଛି ,

ହେଲେ, 

ତମରି ତ ନାହିଁ 

ସମୟ 

ପଢିବା ଲାଗି !

ମୁଁ ତୁମ ପାଖେ

ବିବର୍ତ୍ତିତ ଜୀବନର ପ୍ରଶ୍ନ ବି ନୁହେଁ,

କଦାପି,

ଉତ୍ତର ବି ନୁହେଁ ,

ପ୍ରଜୁକ୍ତିବିଦ୍ୟାରେ ନିବନ୍ଧିତ କେବଳ ଏକ ଅସ୍ଥାୟି ବ୍ୟବସ୍ଥାର ବିକଳ ଅବସ୍ଥା -

ନା ଧୋବାର ନା ଘାଟର !

©®କାଶ୍ୟପ

   ରାୟଗଡା ।


Rate this content
Log in

Similar oriya poem from Tragedy