STORYMIRROR

Ajay kumar Behera

Tragedy

4  

Ajay kumar Behera

Tragedy

ଅଷ୍ଟ୍ରେଲିଆ ଜଙ୍ଗଲ ଆଜି ଜଳିଲା

ଅଷ୍ଟ୍ରେଲିଆ ଜଙ୍ଗଲ ଆଜି ଜଳିଲା

1 min
307


ପ୍ରକୃତି ସାଥିରେ

ଖେଳ ଖେଳି କି ଲାଭ ପାଇଲ କୁହ

ଅକାରଣରେ ଯେ

ଜୀବଜନ୍ତୁଙ୍କ ଆଖିରୁ ଝରେ ଲୁହ।୧।

ନୀରିହ ଜୀବସେ

ଖୁସିରେ ବିଚରଣ କରନ୍ତି ଯେତେ

ବିପଦ ମୁଖରେ

ଜୀବନ ଯାଉଛି ନିରୁପାୟ ସତେ।୨।

କେଡ଼େ ଭୟଙ୍କର

ଏମିତି କାହିଁକି ଦାଉ ସେ ସାଝିଲା

ତାହାରି ପାଇଁକା

ଅଷ୍ଟ୍ରେଲିଆ ଜଙ୍ଗଲ ଆଜି ଜଳିଲା।୩।

ଥମିବାର ନାହିଁ

ସେହି ବିକଟାଳ ଅନଳର ଝାସ

ତାହାରି ପାଇଁ କା

ସହଶ୍ର ଜନ୍ତୁଜୀବ ଅକାଳେ ନାଶ।୪।

କେଡ଼େ ବିଭୂତ୍ସକ

ସେହି ଭୟଙ୍କର ଯେ କରାଳ ଦୃଶ୍ୟ

ଥରେ ଦେଖି ଦେଲେ

ଥରିବ ନୀରିହ ହୃଦୟ ଅବଶ୍ୟ।୫।

କୁଢ଼ କୁଢ଼ ଜୀବ

ମୃତ୍ୟୁର ଶଯ୍ୟାରେ ଯାଇଛନ୍ତି ଶୋଇ

ତାଙ୍କ ଦୁଃଖ ଦେଖି

ସାହାରା ହେବାକୁ ପାଖେ କେହି ନାହିଁ।୬।

ଆର୍ତ୍ତନାଦ ତାଙ୍କ

ଶୁଣିବ ଥରୁଟିଏ କିଏ ସେ କାହିଁ

ବିକଳେ ଜୀବନ

ସରି ଯାଏ ପାଣି ଟୋପେ ମିଳେ ନାହିଁ।୭।

ହେ ଦଇବ ତୁହି

ନିଷ୍ଠୁର କେମିତି ସତରେ ହୋଇଲୁ

ସରଳ ଜୀବଙ୍କ

ଜୀବନ ନେଇ ତୁ କି ଲାଭ ପାଇଲୁ।୮।

ଆରେ ବରଷା ତୁ

ଡେରି ନ କରି ବେଗେ ବେଗେ ଚାଲିଆ

ଅସହାୟଙ୍କର

ବିପଦ କାଳେ ତୁ ସାହାରା ବନି ଯା।୯।

ପ୍ରକୃତି କୋଳରେ

ଖେଳି ବୁଲି ଖୁସିରେ ନାଚିବେ ଯାଇ

ନୀରିହ ଜୀବନ

ନେଇ କି ଲାଭ ପାଇବୁ ଆରେ ତୁହି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy