ତେର" ପୂର୍ବର ତେର ପଦ"
ତେର" ପୂର୍ବର ତେର ପଦ"
ବୟସ ବାଧକ ସାଜେ
ଜରା ବ୍ୟାଧି ରୋଗ ଆସେ,
ଯେବେ ଆମେ ହୋଇଯିବା
ନିଜ ଉପରେ ବିରକ୍ତ।୧
ମୃତ୍ୟୁ ତ ପରମ ସତ୍ୟ
ଆସିବ ଦିନେ ନିଶ୍ଚିତ,
ଶେଷ ବିକଳ୍ପ ଖୋଜା ରେ
ନହୋଇବା କେବେ କ୍ଷାନ୍ତ।୨
କର୍ମ ହିଁ ପରମ ଧର୍ମ
ସମର୍ପଣ କରି ଶ୍ରମ,
ପ୍ରଫୁଲ୍ଲିତ ହୃଦୟରେ
କରିଯିବା ଚାରିଦିନ।୩
କିଛି ତ ଆଣି ନଥିଲେ
କିଛି ନେଇ ଯିବା ନାହିଁ,
ଯାହା କଲେ ଯା ପାଇଲେ
ସିଏ ବି ତ ପର ପାଇଁ।୪
କାହିଁକି ଅନୁ ଶୋଚନା
କାହିଁକି ବି ଆନମନା,
ଶୁଣିବାକୁ କିଏ ଅଛି
ସଭିଙ୍କୁ ସବୁତ ଜଣା।୫
ଆଶା ସବୁ ତ୍ୟାଗ କଲେ
ରୋଗ ବ୍ୟାଧି ଯିବ ଭଲେ,
ଶୁଣିବାକୁ କେ ନଥିଲେ
ମୃତ୍ୟୁ ଆସିବ ଡେରିରେ।୬
ହୃଦୟ ରେ ବଞ୍ଚିଯିବା
ନିଜ ଜୀବନ ଜୀଇଁବା,
ନିଜ ଭିତରେ ଦର୍ଶନ
ନିତ୍ୟ ପ୍ରତ୍ୟ କରୁଥିବା।୭
ଅବହେଳିତ ବାର୍ଦ୍ଧକ୍ୟ
ଚତୁର୍ଦ୍ଦିଗେ ଏ ପ୍ରକାଶ,
ବାର୍ଦ୍ଧକ୍ୟ କୁ ଫେଇ ଦୂରେ
କରିବା ମନ ସତେଜ।୮
ଯେତେ ଯାହା ପାଇଁ କଲେ
ଖୁସି ନ ହୁଅନ୍ତି ଭଲେ,
ନିଜ ପାଇଁ କିଛି ଦିନ
ଜିଇଁବା ଆମ ମଙ୍ଗଳେ।୯
ନିର୍ଭରତା ଛାଡି ଦେବା
କାହାକୁ କଷ୍ଟ ନ ଦେବା,
କେହି ନ ଭାବନ୍ତୁ ବୋଝ
ନିଜ ବୋଝ ଉଠାଇବା।୧୦
ନିଜ କର୍ମ ବଦଳାଇ
କେଉଁ ଠୁ ଖୁସି ଆସଇ,
ଖୋଜି ହୋଇବା ହରଷ
ଆତ୍ମ ଚିନ୍ତନରେ ରହି।୧୧
ଏଇଠି ଖୁସି ର ଚାବି
ପାଶେ ରଖି ହେଉ ଖୋଜି,
ହୃଦୟର ତାଲା ଖୋଲି
ବିନ୍ଦୁ ମଧ୍ୟେ ରୁହ ମଜ୍ଜି।୧୨
ମୋକ୍ଷ ନମିଳିଲେ ନାହିଁ
ନିର୍ବାଣକୁ ଇଛା ନାହିଁ,
ଜୀବନ ଜୀଇଁ ବା କଳା
ତେର ପୂର୍ବେ ଯାଉ ପାଇ।୧୩
