STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଅସମ୍ଭବ ସୃଷ୍ଟି

ଅସମ୍ଭବ ସୃଷ୍ଟି

1 min
143


ବିଷ ବୃକ୍ଷେ କି ଫଳିବ ଅମୃତର ଫଳ

ସର୍ପ କି ପାରିବ ତ୍ୟଜି ଆପଣା ଗରଳ?


ଅଙ୍ଗାର କି ହୋଇ ପାରିବ ସୁନ୍ଦର ଧବଳ

ପର୍ବତ ଚୁଡ଼ାରେ କି ଫୁଟିବ ଜଳଜ କମଳ?


ଖଦ୍ୟୋତ କି ଦେବ ରବି ସମ ପ୍ରକାଶ ଉଜ୍ଜ୍ବଳ

ସାଗର କି ପାରିବ ଦେଇ କେବେ ସୁମଧୁର ଜଳ? 


ସିଂହ ସମ ସରି ହେବ କି ଛାର ଶୃଗାଳ

କାକ କି ହୋଇ ପାରିବ କେବେ ମରାଳ?


ଶୂକର କି ପାରିବ ତ୍ୟାଗୀ ସ୍ଵଭାବ ପଙ୍କିଳ

ଶ୍ବାନ ବି ପାରିବ ବର୍ଜି ତାର ପ୍ରବୃତ୍ତି ଚଞ୍ଚଳ? 


ଦୁର୍ଜନ କି କେବେ ହୋଇ ପାରିବ ନିଷ୍ପାପ ସରଳ

ମୁଖେ ଭଜି ରାମନାମ ହସ୍ତେ ଧରିଥାଏ କରବାଳ! 


ଦୁଷ୍ଟଜନ ଠାରେ ସର୍ବବିଧ ଅବିଗୁଣ ଠୁଳ

କୁଟିଳ ମନେ ତାର ଭରା ହଳାହଳ ଗରଳ! 


ଏକତ୍ର ସହବସ୍ଥାନ ଡାକି ଆଣେ କାଳ 

ଏଣୁ ଏ ସଂସାରେ ସର୍ବେ ଜଗି ରଖି ଚଳ! 


Rate this content
Log in

Similar oriya poem from Abstract