ଅସମ୍ଭବ କେ କଲେ ସମ୍ଭବ
ଅସମ୍ଭବ କେ କଲେ ସମ୍ଭବ
ଆଝରି ଦିନେ ପିଲାଟେ ହେଲା ଶିଆନ ବାବୁ ଘରେ,
ଇ ପିଲା କେ ମିଶେଇ କରି ତା'ର ତିନ ଟା ପିଲା ପରେ।
ପହେଲା ଗୁଟକ ବେଡା ଟାରେ ଦୁସରା ଛୁଟା ଗୁଟେ,
ତିନ୍ ନମର୍ ଟା କଣା ଗୁଟେ , ସୁଜନେ କଣା ଗୁଟେ,
ଆଁଏଖଟା ନାଇଁ ଦିଶେ ମୁଟେ ହୋ ସୁଜନେ
ଶୁନ ଶିଆନର ମଜା ,
ପିଲା ପିଲା ବଲି ତାର ମାଏଝି
ଖାଉଥିଲା ମୁନଗା ଭଜା ହୋ ଶୁନ ଶିଆନ ର ମଜା ।।୧।।
ପିଲା ମାନକର ମାଁ ବୁପରି ବଡ଼ା ଦୁଃଖି ହେଲା,
କାମ ବୁତା କିଛି ନାଇଁ କରି ମନକେ ମାରି ବସଲା ।
ଶିଆନ ବାବୁର୍ ଧିରଜ୍ ଦେଖ ମାନବାର୍ କେ ପଡବା,
ଟିକେ ବି ଚିନ୍ତା କଲା ନାଇଁ , ସୁଜନେ କଲା ନାହିଁ
ସରକାରୀ ସାହାଜ ନେଲା ହୋ ସୁଜନେ ,
ବିକଳାଙ୍ଗ ପତର କଲା,
ଦୁଃଖ ଭୂତି କରି ପିଲା ମାନଙ୍କୁଁ
ଇ ସ୍କୁଲେ ଭର୍ତି କଲା ହୋ ,ବିକଳାଙ୍ଗ ପତର କଲା ।।୨।।
ମୁନୁଷ୍ ଗୁଟେ ଗୁଟେ କରବାର୍ ଲାଗି ବୁଢ଼ାବୁଢ଼ୀ ଅଁଟା ଭିଡଲେ,
ଦିନ ରାଏତ ପିଲା ମାନକର୍ ପଛେ ପଛେ ଲାଗି ଗଲେ।
ମନ୍ ଦେଇକରି ପାଠ୍ ପଢଲେ ତିନ୍ ଟା ଯାକ ପିଲେ,
ଏକ୍ ନମରେ ନାଁ କଲେ, ସୁଜନେ ନାଁ କଲେ
ସଭେ ପଡିଗଲେ ପଛେ ହୋ ସୁଜନେ
ଦେଖ ଶିଆନର ଖୁସି,
ମନ୍ ମାରିଥିବାର ମାଁ ର ମୁହେଁ
ମୁରକି ମୁରୁକି ହସି ହୋ ଦେଖ ଶିଆନ ର ଖୁସି ।।୩।।
ବେଡ଼ା ଟା ହେଲା ଇଞ୍ଜିନିୟର ଆଉର ଛୁଟା ହେଲା ଡାକତର ,
କଣା ଗୁଟକ ଆଏସ୍ ପାଇ ବନିଗଲା କଲେକ୍ଟର ।
ମାସକେ ମାସ୍ ଗୁରଦୂ ଟଙ୍କା ଆନଲେ ପିଲା ମାନେ,
ମା ବୁଆ ଦୁହେ ଘରେଁ ବସି, ସୁଜନେ ଘରେଁ ବସି
ବହ ଖଞ୍ଜଲେ ମନେ ମନେ ହୋ ସୁଜନେ
ଅସମ୍ଭବ କେ ସମ୍ଭବ କଲେ,
ବିହାଚୁରା କରି ତିନି ଜନକୁ
ବୁଢ଼ାବୁଢ଼ୀ ସୁଖେ ରହେଲେ ହୋ , ଅସମ୍ଭବ କେ ସମ୍ଭବ କଲେ।।୪।।