STORYMIRROR

Liza Senapati

Abstract Tragedy

3  

Liza Senapati

Abstract Tragedy

ଅସଜଡା ସମ୍ପର୍କ

ଅସଜଡା ସମ୍ପର୍କ

1 min
21

ମନ କହୁଛି କିଛି ସମ୍ପର୍କକୁ 

ଅସଜଡା ରହିବାକୁ ଦେ,

ଭଲ ଲାଗୁଚି ଟିପି ଟିପି ,

ମେଘରେ ନିରବତାର ଶଦ୍ଦ,

ବେଳାଭୂମିରେ କୋଳାହଳକୁ ବେଖାତିର କରି,

ନିରବରେ ଅଶାନ୍ତ 

ମହୋଦଧିରେ ହଜିଯିବାକୁ

ଭଲ ଲାଗୁଚି ସଳିତାଟିଏ ହୋଇ ଜଳିବାକୁ,

ସମ୍ପର୍କର ଦୋଛକିରେ ଏକା ଏକା ,

ସ୍ମୃତି ସବୁକୁ ସଜାଡି ବାଲି ଘର ତୋଳିବାକୁ।



Rate this content
Log in

Similar oriya poem from Abstract