STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min
509


ଉତ୍କଳର ମଣି ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତୀଟି ଆଜି

ରାଷ୍ଟ୍ର ମଣି ସେହୁ ରାଷ୍ଟ୍ରର ସେବକ ତାଙ୍କରି ଜୟନ୍ତୀ ଆଜି।୧।


କୋଟି ପ୍ରଣିପାତ ଚରଣେ ତାଙ୍କର ବିଚ୍ଛନ୍ନାଚଳରୁ ଆମ୍ଭ,

ଅଶ୍ରୁଳ ନୟନେ ଦିଏ ଶ୍ରଦ୍ଧାଞ୍ଜଳି ବିଚ୍ଛନ୍ନା ଭୂମିଟି ଆମ୍ଭ।୨।


ପୁଷ୍ପେ ଶ୍ରଦ୍ଧାଞ୍ଜଳି ଅର୍ପଣ ଚରଣେ ଭକ୍ତିପୂତ ହୋଇ ମନେ

ଗୁଞ୍ଜୁ ଅଛି ଭକ୍ତି ବିଚ୍ଛନ୍ନାଚଳରେ ଆଶାର କିରଣ ମନେ।୩।


ଭାଷାର ପ୍ରଦୀପ ଜାଳି ଥିଲେ ସେହୁ ଆଣି ଥିଲେ ସେବା ଭାବ,

ଜନତା କଲ୍ୟାଣେ ସମର୍ପଣ ଭାର ମନ୍ତ୍ର ଥିଲା ସେବା ଭାବ।୪।


ରୋଗକ୍ରାନ୍ତ ପୁତ୍ରେ ସେ ସ୍ତ୍ରୀକୁ ଦେଇଣ ଚାଲି ଗଲେ କର୍ମପଥେ,

ପୁତ୍ର ପ୍ରେମ ତାଙ୍କୁ ରଖି ନପାରିଲା ଚାଲି ଗଲେ ସେବା ପଥେ।୫


ଲକ୍ଷ ଲକ୍ଷ ପୁତ୍ର କିପରି ବଞ୍ଚିବେ ତାଙ୍କ ପାଇଁ ଚିନ୍ତା ମାତ୍ର,

ସବୁ ସମର୍ପଣ କୋଟି ପୁତ୍ର ପାଇଁ ମନ୍ତ୍ର ହିଁ ଜୀବନେ ମାତ୍ର।୬।


ରାଷ୍ଟ୍ର ସେବା ଥିଲା ଜୀବନର ମନ୍ତ୍ର ସେବାଭାବ କର୍ମପଥ,

ଧର୍ମପଥ ଥିଲା ଜୀବନେ ରତନ ମାତୃଭାଷା ଜ୍ଞାନପଥ।୭।


ନ ଭୁଲିବେ କେହୁ ତାଙ୍କ ଅବଦାନ ଦେଶର ଗୌରବ ମଣି

ମାତୃଭୂମି ସେବା ଜୀବନ ତାଙ୍କର ରାଷ୍ଟ୍ରର ମଉଡ଼ ମଣି।୮।


କହୁଥିଲେ ସଦା ମିଶୁ ଦେହ ମୋର ପବିତ୍ର ଦେଶ ମାଟିରେ,

ଦେଶବାସୀ ସଦା କର୍ମପଥେ ତାଙ୍କ ଚାଲୁଥାନ୍ତୁ ମୋ ପିଠିରେ।୯

ଉତ୍କଳର ମଣି ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତୀଟି ଆଜି,

ରାଷ୍ଟ୍ର ମଣି ସେହୁ ରାଷ୍ଟ୍ରର ସେବକ ତାଙ୍କରି ଜୟନ୍ତୀ ଆଜି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational