ଅଶ୍ରୁ
ଅଶ୍ରୁ


ଅଶ୍ରୁ ସେତ ଭାବର
ସେ ତ କ୍ରୋଧର
ସେ ତ ଯନ୍ତ୍ରଣା ଆଉ
ଜର୍ଜରିତର,
ଦୁଃଖର ଆଉ ସୁଖର
ଯେବେ ଦୁଃଖ ଆଉ ସୁଖର
ହୁଏ ଏକାକାର
ଅପୂର୍ବ ଅନନ୍ୟ ରୋମାଞ୍ଚ ଥାଏ
ସେହି ସମୟର ll
ଅଶ୍ରୁ ସେତ ଅଭୁଲା ଅତୀତ
ଭାବାବେଗର ସନ୍ତକ
ବର୍ତ୍ତମାନରେ ଜର୍ଜରିତ
ଭବିଷ୍ୟତର ଅନିଶ୍ଚିତ ll
ଅଶ୍ରୁ କେବେ ପ୍ରବଞ୍ଚନାର
ତ କେବେ ଅଭିନୟର
କେବେ ଅତ୍ୟାଚାରର
ପୁଣି କେବେ ଭାବ ବନ୍ଧନର ll
ଅଶ୍ରୁ କେବେ ଭକ୍ତି ଆପ୍ଳୁତ
କେବେ ପ୍ରେମ ସିକ୍ତ
କେବେ ଭାବ ବିନୋଦିଆ ଠାକୁରର
ପୁଣି କେବେ ଅଶାନ୍ତ ଗ୍ରହର ଦୁର୍ଦ୍ଦଶାର ll
ଅଶ୍ରୁ ସେତ ବନ୍ଧା ଜୀବନ ରଜ୍ଜୁର
କରି ଧନୀ ଗରିବକୁ ଏକାକାର
ସର୍ବନାଶର ସାକ୍ଷୀ
ହରାଇବାରେ ଦୁଃଖ
ଆଉ ପାଇବାରେ ବି ସୁଖ ll
କେବେ ଲୁହ ହୋଇ ବୋହେ
ଆବେଗର ସାକ୍ଷୀ ହେଇ
ତ କେବେ ପୁଣି ଲହୁ ହେଇ
କ୍ରୋଧର ଜ୍ୱଳନ ହେଇ
କେବେ ନିଗିଡ଼େ ଆଖିରୁ
ତ କେବେ ହୃଦୟ ବୁକୁରୁ ll
ଅଶ୍ରୁ କେଇ ଟୋପା ପାଣି
କିନ୍ତୁ ଭରି ରହିଥାଏ
ବାତ୍ସଲ୍ୟତା
କୋହଳତା
ଆବେଗତା
ପ୍ରତିହିଂସାର ଜର୍ଜରିତ
ହୃଦୟର ବିଳାପ ଆଉ ଆତ୍ମୀୟତା ll
ହସ ଆଉ ଲୁହ
ପରିପୂରକ ଭିତ୍ତି
ଯେବେ ହସ ସଙ୍ଗେ ଲୁହ
ଲୁହ ସଙ୍ଗେ ହସର ହୁଏ
ଅପୂର୍ବ ଅନନ୍ୟ ସମ୍ମିଳନ
ବୋଧେ ଏହା ହୁଏ ଏକ
ଏ ଦୁନିଆରେ
ନିଆରା ଅନୁଭୂତି ll