STORYMIRROR

Mr.GAGAN BIHARI NAYAK

Romance Fantasy

4  

Mr.GAGAN BIHARI NAYAK

Romance Fantasy

ଅଶିଣ ଦେଲା ଛୁଇଁ

ଅଶିଣ ଦେଲା ଛୁଇଁ

1 min
229


କାଶତଣ୍ଡୀ ହସେ ତୁମ ଓଠ ଦିଶେ

ଦ୍ବିତୀୟା ତିଥିର ଜହ୍ନ

ତୁମ ଓଠେ ହସ ଦେଖି ଅଶିଣର

ଜାଗେ ମନେ ଅଭିମାନ l(0)


ଭୋଦୁଅ ଖରାଟା ଛୁଇଁ ଛୁଇଁ ଗଲା

ବାଦଲରେ ଲୁଚି ଲୁଚି

ବଧୂଲୀ ରୂପରେ ଦାଗ ନେସି ଦେଲା

ଭଲ ପାଏ ବୋଲି ବେଶି ।

ଭୁଲିନି ତୁମକୁ ନୀଳ ବନାନୀର

ସଜଡା ସବୁଜ ସ୍ବପ୍ନ l(୧)


ଘାଟ କଦମ୍ବର ଫୁଲ ଫୁଟି ହସେ

ବାଟ ସାରା ପାଦ ଚିହ୍ନ

କିଆ କେତକୀର ଚହଟା ମହକେ

ଝୁରି ହୁଏ ଝୁରା ମନ।

ଆନ ମନା କଲା ଅଶିଣ ପାର୍ବଣ

ଭରିଦେଲା ଶିହରଣ l(୨)



Rate this content
Log in

Similar oriya poem from Romance