STORYMIRROR

Bijay Prusty

Romance

4  

Bijay Prusty

Romance

ଅଶାନ୍ତ ମନର ଗୀତ

ଅଶାନ୍ତ ମନର ଗୀତ

1 min
248


ଶୀତ ଅନ୍ଧାରରେ ଜହ୍ନକୁ ଖୋଜିଲି

ସପନେ ଆସିଲା ସଖୀ

ମନ ଅଗଣାରେ କଳା ଲେପିଦେଲା

ଓଦା ହୋଇଗଲା ଆଖି I

ଜୀବନର ଗୀତ ଗାଇବାକୁ କହି

ବାଟଭାଙ୍ଗି ଚାଲିଗଲା

ତା କଣ୍ଠ ଯାଦୁରେ ବିଭୋର ପରାଣ

ଆଖି ଲୁହେ ଭିଜୁଥିଲା I

ହୃଦୟର ଭରା କୋହକୁ ନିଜର

ହୃଦୟ ରେ ଚାପି ରଖି

ମନ ଆନନ୍ଦରେ ଗାଇ ପାରୁନାହିଁ

ପ୍ରୀତିଭରା ମଧୁଗୀତି I

ସ୍ମୃତିକୁ ଉଖାରି ହୃଦୟର ରକ୍ତେ

ନିତି ମୁଁ କରୁଛି ସ୍ନାନ

କ୍ଷତର ଯନ୍ତ୍ରଣା ଲିଭୁନାହିଁ ସଖୀ

ଶାନ୍ତ ହେଉନାହିଁ ମନ I

        


Rate this content
Log in

Similar oriya poem from Romance