STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଅସାର ଜୀବନେ

ଅସାର ଜୀବନେ

1 min
175

ଜୀବନ ଥିଲେ ଦୁଃଖ ସୁଖ 

ଜୀବନ ଗଲେ ଦିଶେନା ମୁଖ 

ଏମିତି କେତେ ଗଲେଣି କିଏ 

ଫେରିବେ ନାହିଁ କେବେବି କିଏ 

ବଞ୍ଚିଥିଲା ଭିତରେ ଏତେ ମାୟା ମୋହ 

ମରିଗଲେ ଆଉ ଫେରିଛି କିଏ କୁହ 

ଏତେ ସପନକୁ ନଥାଏ ରାତି 

ଆଲୋକ ଅନ୍ଧାର ଭାବ ପୀରତି 

ଆଜି ଅଛି କାଲିକି ନାହିଁ 

ଜୀବନ କାଳ ଭିତରେ ଥାଇ 

ସ୍ନେହ ଶ୍ରଦ୍ଧା ବାଣ୍ଟିବା ପାଇଁ 

କୁଣ୍ଠାବୋଧ କରିବା ନାହିଁ

ସମୟ ତାର ବାଟରେ ଚାଲି 

ଆଖିମିଟିକା ମାରୁଛି ଖାଲି 

କିଏସେ ଝୁଣ୍ଟି ପୁଣି ଉଠି 

ଆଗକୁ ବଢେ ପଛକୁ ନଲେଉଟି 

ଅଢେଇଦିନ ଏ ଜୀବନ କାଳ 

ପାଣିଫୋଟକା ପ୍ରାୟ ଯାଏ ବେଳ 

ଅସରା ସ୍ବପ୍ନ ଦେଖି କେ କେତେ 

ଧରି ରଖିବା ସମ୍ଭବ ନୁହେଁ ଟି ସତେ 

ଆସେ ଜୀବନେ ଜୁଆର ଭଟ୍ଟା 

ଜୀବନ ଗୋଟେ ନିର୍ମୁଳି ଲଟା 

ସ୍ନେହ ପ୍ରେମ ଶ୍ରଦ୍ଧା ମଣିଷପଣିଆ ବୃକ୍ଷ 

ହେଉ ସଭିଙ୍କ ଜୀବନ କାଳର ଲକ୍ଷ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract