ଅସାର ଜୀବନେ
ଅସାର ଜୀବନେ
ଜୀବନ ଥିଲେ ଦୁଃଖ ସୁଖ
ଜୀବନ ଗଲେ ଦିଶେନା ମୁଖ
ଏମିତି କେତେ ଗଲେଣି କିଏ
ଫେରିବେ ନାହିଁ କେବେବି କିଏ
ବଞ୍ଚିଥିଲା ଭିତରେ ଏତେ ମାୟା ମୋହ
ମରିଗଲେ ଆଉ ଫେରିଛି କିଏ କୁହ
ଏତେ ସପନକୁ ନଥାଏ ରାତି
ଆଲୋକ ଅନ୍ଧାର ଭାବ ପୀରତି
ଆଜି ଅଛି କାଲିକି ନାହିଁ
ଜୀବନ କାଳ ଭିତରେ ଥାଇ
ସ୍ନେହ ଶ୍ରଦ୍ଧା ବାଣ୍ଟିବା ପାଇଁ
କୁଣ୍ଠାବୋଧ କରିବା ନାହିଁ
ସମୟ ତାର ବାଟରେ ଚାଲି
ଆଖିମିଟିକା ମାରୁଛି ଖାଲି
କିଏସେ ଝୁଣ୍ଟି ପୁଣି ଉଠି
ଆଗକୁ ବଢେ ପଛକୁ ନଲେଉଟି
ଅଢେଇଦିନ ଏ ଜୀବନ କାଳ
ପାଣିଫୋଟକା ପ୍ରାୟ ଯାଏ ବେଳ
ଅସରା ସ୍ବପ୍ନ ଦେଖି କେ କେତେ
ଧରି ରଖିବା ସମ୍ଭବ ନୁହେଁ ଟି ସତେ
ଆସେ ଜୀବନେ ଜୁଆର ଭଟ୍ଟା
ଜୀବନ ଗୋଟେ ନିର୍ମୁଳି ଲଟା
ସ୍ନେହ ପ୍ରେମ ଶ୍ରଦ୍ଧା ମଣିଷପଣିଆ ବୃକ୍ଷ
ହେଉ ସଭିଙ୍କ ଜୀବନ କାଳର ଲକ୍ଷ୍ୟ ।
