Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishwanath Sethi

Classics

4  

Bishwanath Sethi

Classics

ଅର୍ଜୁନ

ଅର୍ଜୁନ

1 min
295


ମହଭାରତର କାହାଣୀରେ ଅଛି

ଅନେକ ଚରିତ୍ର ଗାଥା,

ଶୁଣିଲେ ଲାଗଇ ଭାରି ରୋଚକ ଯେ

କୃଷ୍ଣ ଅର୍ଜୁନଙ୍କ କଥା ।


ପଣ୍ଡୁ ରାଜାଙ୍କର ପାଞ୍ଚ ପୁୁତ୍ର ଜାଣ

ତୃତୀୟ ପୁତ୍ର ଅର୍ଜୁୁନ,

ମହାଭାରତର ବଳିଷ୍ଠ ଚରିିତ୍ର

ଅଟନ୍ତି କୁୁନ୍ତି ନନ୍ଦନ ।


ଧନୁୁର୍ବିଦ୍ୟାରେ ସେ ସିଦ୍ଧହସ୍ତ ଥିଲେ

ତାଙ୍କ ସରି କିଏ ହେବ,

ଗାଣ୍ଡିବଧାରୀ ଯେ ନାମ ତାହାଙ୍କ

ପାଣ୍ଡବଙ୍କ ସେ ଗୌରବ ।


ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବା ପାଇଁ

ମନେ ପାଞ୍ଚିିଥିିଲେ ସିଏ,

ଚାହୁଁ ନ ଥଲେ ସେ ତାଙ୍କରି ସହିତ

ସମକକ୍ଷ ହେଉ କିିଏ ।


ଶ୍ରୀକୃଷ୍ଣଙ୍କ ଶ୍ରେଷ୍ଠ ସଖା ଭାବେ ସିଏ

ତିନି ପୁରରେ ବିିଖ୍ୟାତ,

ସାରଥୀ କୃଷ୍ଣଙ୍କ ବିଶ୍ୱରୂପ ଦେଖି

ହେଲେ ସେ ବିଶ୍ୱ ବନ୍ଦିିିତ ।


ଶ୍ରୀକୃଷ୍ଣଙ୍କ ଚରଣରେ ସେ ନିଜକୁ

ସମର୍ପଣ କରିଥିଲେ,

ଜୀବନର ଶ୍ରେଷ୍ଠ ଦିବ୍ୟଜ୍ଞାନ ସିଏ

ତାଙ୍କ ଠାରୁ ପାଇଥିଲେ ।


ମହାଭାରତର ମହାଯୁଦ୍ଧେ ସିଏ

କର୍ତବ୍ୟ ନିଭାଇଥିଲେ,

ନିଜ ଜ୍ଞାତି କୁୁଟୁମ୍ବକୁ ଭୁଲି ଯୁଦ୍ଧେ

ଅବତୀର୍ଣ୍ଣ ହୋଇଥିଲେ ।


ପର ଆପଣାକୁୁ ଭୁୁଲି ରଣାଙ୍ଗନେ

ଶତୃ ହତ କରିଥିଲେ,

ନିଜ କରତବ୍ୟନିଷ୍ଠତାର ସିଏ

ପରିିିଚୟ ଦେଇ ଥିଲେ ।


କୌରବଙ୍କ ରଥୀ ମହାରଥୀଙ୍କୁ ସେ

ଦୃଢ ହସ୍ତେ ଦମିିିଥିଲେ,

ମହାରଥୀ ଭିିଷ୍ମ ପିତାମହଙ୍କୁ ବି

ଶର ଶଯ୍ୟା କରିଥିଲେ ।


Rate this content
Log in

Similar oriya poem from Classics