ଅପସରା
ଅପସରା
ନୁହଁଇ ସିଏ ରମ୍ଭା କି ଉର୍ବଶୀ
ନା ହିଁ ସିଏ କେହି ଦେବଦାସୀ
ସିଏ ତ ଅଟଇ ଅମୂଲ୍ୟ ଏକ ହୀରା
ଭିନ୍ନ ଏକ ଅପସରା ।
କରି ନାହିଁ କିଛି କଠିନ ତପସ୍ୟା
କି ନୁହଁଇ ଦୀର୍ଘ ଦିନର ପ୍ରତିକ୍ଷା
ଜନମରୁ ସିଏ ମୋ ସାଥିରେ
ସିଏ ତ ମୋ ଅପସରା
ଝରେ ସେନେହଭରା ହସ ଅଧରରୁ
ପଲକ ଉଠାଇ ଅନାଏ ଯେବେ ସେ
ଆକର୍ଷିତ ହୁଏ ମୁଁ ତ ଅଳପ ବୟସରୁ
ସିଏ ନୁହଁ ତ କିଏ ସେ ଅପସରା ।
ଲବଣୀ ଠୁ ବେଶି କୋମଳ ହାତ ତାର
ବସ୍ତ୍ର ଵିହୀନ ନୁହଁ ସେ ଶରୀର
ମୁଖ ବିନା ନ ଦିଶଇ କିଛି
ବସ୍ତ୍ରରେ ଢଙ୍କା ଆପାଦମସ୍ତକ ।
ଶ୍ରାବଣେ ଦିଶିଲା ଯେବେ ଚତୁର୍ଦ୍ଦିଗ ହରାଭରା
ପ୍ରଥମ ପାଦ ପକାଇଲି, ନେଇ ତା ସାହାରା
ତା' ସେନେହ କଲା ମତେ ଆତ୍ମହରା
ଭିନ୍ନ ଏକ ସେ ଅପସରା
ସଞ୍ଜ ବେଳେ ଦିଏ ଯେବେ ସେ ସନ୍ଧ୍ୟାବତୀ
ଲାଗେ ମତେ ହେଲା କି ପୂର୍ଣ୍ଣମୀ ରାତି
ତା'କୋଳେ ବିତେ ମୋ ଦିନରାତି
ହେଉ ଶୀତ, ବସନ୍ତ କି ଖରା ତାତି
ରମ୍ଭା, ଉର୍ବଶୀ ଅଙ୍ଗ ପ୍ରଦଶନେ କରନ୍ତି ମୋହିତ
ଆଈ ମା' ତ, ମୋହେ ମନ ତା ମମତା ସହିତ
ତା'ସେନେହ ଟିକକ ପାଇଁ, ହୁଏ ମୁଁ ନେହୁରା
ସିଏ ନୁହେଁ ତ କିଏ ସେ ଅପସରା ।
ସ୍ନିଗ୍ଧା ନୟକ, କୋଟା .
ରାଜସ୍ଥାନ
