STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ଅପ୍ରସ୍ତୁତ ପାଦ

ଅପ୍ରସ୍ତୁତ ପାଦ

1 min
11.7K

ପିଠିପଛ ଆଡେ ଆଣ୍ଠୁ ସନ୍ଧିରେ 

ମୁହଁଗେଂଜି ବସିଛି ଅଦ୍ଭୁତ ପ୍ରଶ୍ନ 

ସାଥିରେ ନେଇ ସାଥି ସହୋଦର

କେତେବେଳେ ଛଳଛଳ 

ପୁଣି କେବେ ଖୁବ କଠିନ

ପଚାରୁଥାଏ ବାରମ୍ବାର 

ଜୀଵନ ଚିଜ ଟି କଣ 

ସୃଷ୍ଟି ର ଆରମ୍ଭରୁ 

ଅଦ୍ୟାବଧି

ଦିନ ମାସ ବର୍ଷ 

ଆଉ ତାପରେ 

ଦଶନ୍ଧି ଶତାବ୍ଦ 

ସବୁ ଚାଲିଯାଏ 

ସମୟର ଅନୁକୂଳ ଗତିରେ 


କିଂତୁ ସମାଧାନ 

ଆଜି ବି ଏକ ଅସମାହିତ ଶୂନ୍ୟସ୍ଥାନ 

ପ୍ରଶ୍ନ ଭିତରେ ପ୍ରଶ୍ନ

ଜୀବନକୁ କିଏ ଯେ ବୁଝିଛି ଯେ ବୁଝିବ 

ତେଣୁ

ଯେତେ ସବୁ ସମାଧାନ ର ସୂତ୍ର 

ଜ୍ୟାମିତି ପରିମିତି 

ସବୁ କାଟ ଖାଏ ଜୀବନ ଆଗେ


ଜୀବନ ଟା କେତେବେଳେ 

ବୁଢିଆଣୀ ର ଅଡୁଆ ଜାଲ ତ 

ଆଉ ବେଳେ ଶୀତ ସକାଳ ର 

ସ୍ୱପ୍ନିଳ କୁହୁଡି

ଅବା ଉତପ୍ତ ମାଧ୍ୟାର୍ଣ୍ଣ ର

ଜଳନ୍ତା ଉଦ୍ଦୀରଣ 

ପୁଣି ଅରପଟେ

ପରୀକ୍ଷାରେ ଭରପୁର 

ସୁର ଛିଡ଼ୁ ନଥିବା 

କରୁଣା ରାଗ ଟିଏ 


ଜୀବନ ପ୍ରଶ୍ନ ଥିଲା 

ରହିବ ଯୁଗ ରୁ ଯୁଗାନ୍ତ ଯାଏ 

ଆରମ୍ଭ ରୁ ଶେଷ ଯାଏ 

ଅ ରୁ କ୍ଷ ଯାଏ

ଏକ ଅସମାହିତ ପ୍ରଶ୍ନ ଟିଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract