ଅପ୍ରିୟ ସତ୍ୟ ....
ଅପ୍ରିୟ ସତ୍ୟ ....
ଜନ୍ମ ନେଲେ ମୃତ୍ୟୁ ବରିବାକୁ ହୁଏ ,
ସମୟର କାଳ ଚକ୍ର ସବୁ ଦେଖୁଥାଏ .
ଜୀବନର ରଙ୍ଗ ମଞ୍ଚେ ଶରୀର ଭିନ୍ନ ରୂପ ନିଏ ,
ସେ ରଙ୍ଗ ମଞ୍ଚେ କର୍ମ ସବୁ କିଛି କରାଉ ଥାଏ .
କେହି କେବେ ଚାଲି ଯାଏ ନୂତନ ଶରୀର ସନ୍ଧନେ ,
କେବେ କେବେ ଅକସ୍ମାତ ଅବା କର୍ମ ସମାପନେ.
ଆତ୍ମୀୟ କହି କେହି କାନ୍ଦେ କେହି ବନ୍ଧୁ ଭାବରେ ,
କିନ୍ତୁ ସେ ଆତ୍ମା ନୁହଁଇ କାହାର ସେ ସ୍ୱାଧୀନରେ .
ଝୁରି ଝୁରି କିଛି କଥା କିଛି କର୍ମ ମନ କରେ ଶୋକ ,
କିନ୍ତୁ ସେ ଝୁରିବାରେ ଥାଏ କର୍ମ ଫଳ ଅନେକ .
କେବେ ଯୁବାବସ୍ତା କେବେ ବୃଦ୍ଧ କାଳେ,
ଜୀବନର ଅନ୍ତିମ ଜୁଇ ଯେବେ ଜଳେ .
ବିକାର ବଶେ ବିଚାର ହୀନ ହୋଇ ,
ମନ ନିଜ ବିବେକର ମିଥ୍ୟା ଖେଳ ରଚଇ.
ସମୟ ବି ଦୂରେ ଥାଇ ମୃଦୁ ହସି ଦେଖେ ,
କିଛି କ୍ଷଣ କର୍ମ ହୀନ ହୋଇ
ନିଜ ଭାଗ୍ୟ ଲେଖେ .
କିଛି କିଛି ସତ୍ୟ ଦେଇ ଥାଏ ଦୁଃଖ ଓ ଯନ୍ତ୍ରଣା ,
ଅପ୍ରିୟ ସତ୍ୟ କିନ୍ତୁ ନ ବୁଝି କରେ ମିଥ୍ୟା ଭାବନା .
ବୁଝି ବୁଝିବାର ଅର୍ଥ ନୁହେଁ କେବେ ଜୀବନ ଯାତନା,
ଅବୁଝା ମନ କିନ୍ତୁ କେବେ ହୃଦୟର କଥା ବୁଝେନା .
ଜୀବନର ସତ୍ୟ ନୁହଁଇ ରହସ୍ୟ ,
ସମୟର ତାଳେ କେବେ ହୁଏ ସେ ଅଦୃଶ୍ୟ .
ଜନ୍ମ ବେଳେ ଜଣେ କାନ୍ଦେ ସବୁ ଯେ ହସନ୍ତି ,
ମୃତ୍ୟୁ ପରେ ସେ ଶାନ୍ତ ସବୁ କାନ୍ଦନ୍ତି .
ଏନ୍ତୁଡ଼ିଶାଳର କଥା ମାଆ ଓ ମମତା ଜାଣେ,
ଶେଷ ଯାତ୍ରା ବେଳେ ସବୁ ଜଳି ଯାଏ ଶ୍ଣଶାନେ .
ଜୁଇ ସେ ଏନ୍ତୁଡ଼ିଶାଳ ଅବା ଶ୍ମଶାନ ଭୂଇଁର ,
ସବୁ କିଛି ଅଟେ ଛବି ଆମ କୃତକର୍ମର .
ବୁଝିବାକୁ ହେବ ଏହି ଅପ୍ରିୟ ସତ୍ୟକୁ ,
ସଜୀବ କରିବାକୁ ହେବ ଆମ ସୁକର୍ମ ପଥକୁ .
